ETV Bharat / state

ଚାକଚକ୍ୟ ଗାଡିକୁ ପଛରେ ପକାଇଲା 'କିଷାନ ବାଇକ' - କିଷାନ ବାଇକ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗାଁର ୪୨ ବର୍ଷୀୟ ଦିଲ୍ଲୀପ ମହାପାତ୍ର । ଏମିତିକି ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ 5 ବର୍ଷର ପରିଶ୍ରମ କରି ସେ ତିଆରି କରିଛନ୍ତି ଇକୋ ଫ୍ରେଣ୍ଡଲି ସାଇକେଲ ବା କିଷାନ ବାଇକ ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ
author img

By

Published : Sep 18, 2019, 2:56 PM IST

Updated : Sep 18, 2019, 3:30 PM IST

ବୌଦ୍ଧ: କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଆଗରେ ଦୁନିଆର କେଉଁ ବି ତାକତ ହାର ମାନେ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଦୁନିଆ ଯେତେବେଳେ ବିଳାସମୟ ଜୀବନ ବିତାଇବାକୁ ଚାହୁଁଛି ଭଳିକି ଭଳି ଗାଡି କିଣି ଅୟସ କରିବାକୁ ଚାହୁଁଛି, ସେଠାରେ ଜଣେ ବୟସ୍କ ବ୍ୟକ୍ତି 'ଇକୋ ଫ୍ରେଣ୍ଡଲି ସାଇକେଲ' ତିଆରି କରି ଚର୍ଚ୍ଚାରେ ।

ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗାଁର ୪୨ ବର୍ଷୀୟ ଦିଲ୍ଲୀପ ମହାପାତ୍ର । ବୟସ ସିନା 40 ଡେଇଁଲାଣି ହେଲେ ମନ କିନ୍ତୁ ଯୁବପିଢିଙ୍କ ପରି କିଛି ନୂଆ କରିବା ଆଶାରେ । ଏମିତିକି ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ 5 ବର୍ଷର ପରିଶ୍ରମ ଫଳ ସେ ପାଇଛନ୍ତି । ଆଉ ୟେ, ହେଉଛି ସେହି ଫଳ । ଇକୋ ଫ୍ରେଣ୍ଡଲି ସାଇକେଲ ବା କିଷାନ ବାଇକ । ପେଶାରେ ଚାଷୀ ହୋଇଥିବାରୁ ନିଜ ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି କରିଥିବା ଏହି ସାଇକେଲର ନାଁ ଦେଇଛନ୍ତି ଇକୋ ଫ୍ରେଣ୍ଡଲି ସାଇକେଲ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ସମ୍ପୂର୍ଣ୍ଣ ନିଜସ୍ବ ଜ୍ଞାନ କୌଶଳରେ ଚବିଶ ଭୋଲ୍ଟ ବ୍ୟାଟେରୀ ଦ୍ବାରା ତିଆରି କରିଛନ୍ତି କିଷାନ ବାଇକ । ସାଇକେଲ ଓ କିଛି ଯନ୍ତ୍ରାଂଶ ପ୍ରୟୋଗ କରି ଅତି ସୁନ୍ଦର ଭାବେ ବାଇକ ନିର୍ମାଣ କରିଛନ୍ତି ଦିଲ୍ଲୀପ । ଏଥିରେ ତେଲ କିମ୍ବା କୌଣସି ଅଧିକ ଦରର ସାମଗ୍ରୀ ପ୍ରୟୋଗ କରାଯାଇନାହିଁ ହେଲେ ବି ବାଇକ ଭଳି ଚାଲୁଛି । ଯାହା ପରିବେଶ ସୁରକ୍ଷା ସହ ସାଧାରଣରେ ମଧ୍ୟ ବେଶ ଗ୍ରହଣଯୋଗ୍ୟ ହୋଇପାରିଛି ।

ଘଣ୍ଟାକୁ 25 କିଲୋମିଟର ଯାଇପାରୁଥିବା ଏହି କିଷାନ ବାଇକର ନା ଦରକାର ହେଲମେଟ ନା ଦରକାର କାଗଜପତ୍ର । ଯାହା ଫଳରେ ଏହି ବାଇକକୁ ନେଇ ବୌଦ୍ଧରେ ଖୁବ ଚର୍ଚ୍ଚା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 18, 2019, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.