ETV Bharat / state

ଦଶ ମାସରୁ ପଞ୍ଚାୟତରେ ଝୁଲୁଛି ତାଲା

ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁର୍ନୀତି ଏତେ ଚରମ ସୀମାରେ ପହଞ୍ଚିଲାଣି ଯେ ଦଶ ମାସ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଛି । ପଞ୍ଚାୟତର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡିବା ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

author img

By

Published : Sep 7, 2019, 3:54 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଦଶ ମାସ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ଝୁଲୁଛି ତାଲା । ମାସିକ ବୈଠକ ଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ପଞ୍ଚାୟତବାସୀ । ପଞ୍ଚାୟତର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡିବା ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁର୍ନୀତି ଏତେ ଚରମ ସୀମାରେ ପହଞ୍ଚିଲାଣି ଯେ ଦଶ ମାସ ହେଲାଣି ଏଠାକୁ ଖୋଦ ସରପଞ୍ଚ ଆସୁ ନାହାନ୍ତି କିମ୍ବା ମାସିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉନାହିଁ । ଫଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏହି ପଞ୍ଚାୟତରେ ବାଟ ହୁଡିଛି ।

ଜଣେ ପିଅନ ଓ ନିର୍ଦ୍ଦିଷ୍ଟ କେତେକ ଓ୍ବାର୍ଡମେମ୍ବର ଆସି ପଞ୍ଚାୟତ କାର୍ଯ୍ୟାଳୟ ଖୋଲି ବସି ବସି ଯାଉଛନ୍ତି । ପଞ୍ଚାୟତରେ ଖୋଲାଖୋଲି ଭାବରେ ଦୁର୍ନୀତି କରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କାର ହିସାବ ଦେଇପାରୁ ନଥିବାବେଳେ ଏବେ ଅଭିଯୋଗ ପରେ ଏସବୁର ତଦନ୍ତ ଆରମ୍ଭ ହୋଇଛି ।

ଏପଟେ ଏଠାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ପଞ୍ଚାୟତର କାର୍ଯ୍ୟ ସମ୍ପାଦନ ହେଉଥିବା ଚର୍ଚ୍ଚା ହେଉଛି । ଏସମ୍ପର୍କରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଉଭୟ ଚୋର ମୁହଁ ଟାଣ ଭଳି ଯାହା ହେବ ଦେଖାଯିବ ବୋଲି ରୋକଠୋକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦଶ ମାସ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ଝୁଲୁଛି ତାଲା ।ମାସିକ ବୈଠକ ଠାରୁ ଆରମ୍ଭ କରି ସରକାରୀ ଯୋଜନା ର ସୁଫଳ ପାଇବାରୁ ବଞ୍ଚିତ ପଞ୍ଚାୟତବାସୀ ।ପଞ୍ଚାୟତ ର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡିବା ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।
ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତ ରେ ଦୁର୍ନୀତି ଏତେ ଚରମ ସୀମାରେ ପହଞ୍ଚିଲାଣି ଯେ ଦଶ ମାସ ହେଲାଣି ଏଠାକୁ ଖୋଦ ସରପଞ୍ଚ ଆସୁ ନାହାନ୍ତି କିମ୍ବା ମାସିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉନାହିଁ ।ଫଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏହି ପଞ୍ଚାୟତ ରେ ବାଟ ହୁଡିଛି ।ଜଣେ ପିଅନ ଓ ନିର୍ଦ୍ଦିଷ୍ଟ କେତେକ ଓ୍ବାର୍ଡମେମ୍ବର ଆସି ପଞ୍ଚାୟତ କାର୍ଯ୍ୟାଳୟ ଖୋଲି ବସି ବସି ଯାଉଛନ୍ତି । ପଞ୍ଚାୟତ ରେ ଖୋଲାଖୋଲି ଭାବରେ ଦୁର୍ନୀତି କରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କାର ହିସାବ ଦେଇପାରୁ ନଥିବାବେଳେ ଏବେ ଅଭିଯୋଗ ପରେ ଏସବୁର ତଦନ୍ତ ଆରମ୍ଭ ହୋଇଛି ।ଏପଟେ ଏଠାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଇଙ୍ଗିତରେ ପଞ୍ଚାୟତ ର କାର୍ଯ୍ୟ ସମ୍ପାଦନ ହେଉଥିବା ଚର୍ଚ୍ଚା ହେଉଛି ।ଏସମ୍ପର୍କରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଉଭୟେ ଚୋର ମୁହଁ ଟାଣ ଭଳି ଯାହା ହେବ ଦେଖାଯିବ ବୋଲି ରୋକଠୋକ କହିଛନ୍ତି ।ଏହି ଦୁର୍ନୀତି ର ଚେର କୁଆଡେ ଖୁବ ଲମ୍ବା ବୋଲି ଆଲୋଚନା ହେଉଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।

Body:ଦଶ ମାସ ହେଲା ପଞ୍ଚାୟତ ରେ ବସୂନି ବୈଠକ ।

Conclusion:ବାଇଟ-୧-ଘାଷିରାମ ଦୀପ,ହିତାଧିକାରୀ
ବାଇଟ-୨-ବୀରେନ୍ଦ୍ର ମହାକୁଳ, ଓ୍ବାର୍ଡମେମ୍ବର
ବାଇଟ-୩-ଚନ୍ଦ୍ର ଶେଖର ମହାରଣା, ଜିଲ୍ଲା ପଞ୍ଚାୟତ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.