ETV Bharat / state

ଆଶଙ୍କାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ: ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Jun 3, 2022, 12:05 PM IST

ଠିକାସଂସ୍ଥାର ମନମତାଣିଆ କାର୍ଯ୍ୟ ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଯୋଗୁଁ ଗ୍ରାମର ରାସ୍ତା ବନ୍ଦ ହେବାକୁ ବସିଥିବା ବେଳେ ଜଳସେଚନ ପାଇଁ ଥିବା କେନାଲ ମଧ୍ୟ ପୋତି ହୋଇଯାଉଥିବା ଅଭିଯୋଗ ହୋଇଛି । ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers warned for protest against contractor in boudh
ଠିକାସଂସ୍ଥାର ମନମତାଣିଆ କାର୍ଯ୍ୟ,ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ବୌଦ୍ଧ: ଠିକାସଂସ୍ଥାର ମନମତାଣିଆ କାର୍ଯ୍ୟ ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ (Khordha-Balangir Railway Project) ଯୋଗୁଁ ଗ୍ରାମର ରାସ୍ତା ବନ୍ଦ ହେବାକୁ ବସିଥିବା ବେଳେ ଜଳସେଚନ ପାଇଁ ଥିବା କେନାଲ ମଧ୍ୟ ପୋତି ହୋଇଯାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ମିଳିନବାରୁ ଗ୍ରାମବାସୀମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ବୌଦ୍ଧ ଜିଲ୍ଲାରେ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଜିଲ୍ଲାର ସର୍ବାଧିକ ରାସ୍ତା ଅତିକ୍ରମ କରିବାକୁ ଥିବା ବେଳେ ମନମୁଣ୍ଡା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଦୁଇଟି ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛନ୍ତି । ତେବେ ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଠିକାସଂସ୍ଥାର ମନମାନୀ ଯୋଗୁଁ ଗୋଟିଏ ଅଞ୍ଚଳର ରାସ୍ତା ବନ୍ଦ ହେବାକୁ ବସିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମକୁ ଥିବା ରାସ୍ତାକୁ ବନ୍ଦ କରିବା ସହ ଗ୍ରାମକୁ ସଂଯୋଗ ପାଇଁ କୌଣସି ରାସ୍ତା କିମ୍ବା ଓଭରବ୍ରିଜ ନିର୍ମାଣ ହୋଇନାହିଁ ।

ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗ୍ରାମରେ ଥିବା କେନାଲ ମଧ୍ୟ ପୋତି ହେବାକୁ ବସିଲାଣି । ତେଣୁ ଆଗକୁ ଉକ୍ତ ଅଞ୍ଚଳରେ ଜଳସେଚନର ଘୋର ସଙ୍କଟ ଦେଖାଦେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୁରୁଣାପାଣି ଗ୍ରାମବାସୀ ଆଗାମୀ ଦଶ ଦିନ ପରେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.