ETV Bharat / state

ଥମୁନି ଷ୍ଟୋନ କ୍ରସର ବିରୋଧ ଆନ୍ଦୋଳନ, ପ୍ରଶାସନ ପଦକ୍ଷେପ ଉପରେ ସମସ୍ତଙ୍କ ନଜର

author img

By

Published : Nov 18, 2022, 9:25 AM IST

ଷ୍ଟୋନ କ୍ରସର ଆନ୍ଦୋଳନକୁ ନେଇ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । କ୍ରସର ବନ୍ଦ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ଅଧିକ ପଢ଼ନ୍ତୁ

ଥମୁନି ଷ୍ଟୋନ କ୍ରସର ବିରୋଧ ଆନ୍ଦୋଳନ, ପଦକ୍ଷେପ ଉପରେ ସମସ୍ତଙ୍କ ନଜର

ବୌଦ୍ଧ: ଷ୍ଟୋନ କ୍ରସର ଆନ୍ଦୋଳନକୁ ନେଇ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । କ୍ରସର ବନ୍ଦ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ତେଣୁ ପରିବେଶ ତଥା ସ୍ଥାନୀୟ ଅଞ୍ଚଳରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ପ୍ରଶାସନ ପଦକ୍ଷେପ ଗ୍ରହଣ ପାଇଁ ମତ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ ଠାରେ ଚାଲିଥିବା କ୍ରସର ବିରୋଧ ଆନ୍ଦୋଳନ ଇତି ମଧ୍ୟରେ ୧୬ଦିନ ବିତିଗଲାଣି । ଷ୍ଟୋନ କ୍ରସର ପୁନଃ କାର୍ଯ୍ୟକ୍ଷମ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ ନେଉଛି । କିନ୍ତୁ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ବାରମ୍ବାର ବିଫଳ ହେବା ସହିତ ଛକା ପଞ୍ଜା ଲାଗିରହିଛି ।

ଗତ ମଙ୍ଗଳବାର ଦିନ ଏହି କ୍ରସର ଆନ୍ଦୋଳନ ସହ ଜଡ଼ିତ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କୁ ବୌଦ୍ଧ ପୋଲିସ ଆଢେଣୀଗଡ ଫାଣ୍ଡି ଅଞ୍ଚଳରୁ ହଠାତ ଗିରଫ କରିଛି । ପରେ ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ଏହାଦ୍ବାରା କ୍ରସର ବିରୋଧ ଆନ୍ଦୋଳନକୁ ଚପାଇ ଦେବାର ଚେଷ୍ଟା କରୁଥିବା ବେଳେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢ଼ନ୍ତୁ.ଖରଭୂଇଁ ଷ୍ଟୋନ କ୍ରସରକୁ ନେଇ ଆରୋପ ପ୍ରତ୍ୟାରୋପ

ଜିଲ୍ଲାର ଅନ୍ୟ ଦୁଇଟି ବ୍ଲକ କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ କ୍ରସର ସବୁ ଠିକରେ ଚାଲୁଥିବା ବେଳେ ଖରଭୁଇଁ ଅଞ୍ଚଳରେ କ୍ରସର ବିରୋଧ ଆନ୍ଦୋଳନକୁ ନେଇ ମଧ୍ୟ ନାନା ଚର୍ଚ୍ଚା ଲାଗିରହିଛି । ଏକ ନିର୍ଦ୍ଦିଷ୍ଟ କ୍ରସର ସଂସ୍ଥା ବର୍ତ୍ତମାନ ଜିଲ୍ଲାରେ କାର୍ଯ୍ୟ ହେଉଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିମନ୍ତେ ମେଟାଲ ଚିପ୍ସ ଯୋଗାଇବା ପାଇଁ ଏଭଳି ଏକ ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଏହାପଛରେ ଏକ ବଡ଼ଧରଣର ଷଡଯନ୍ତ୍ର ସୃଷ୍ଟି କରାଯାଇ କୋଟି କୋଟି ଟଙ୍କାର ବ୍ୟବସାୟ ପାଇଁ ନିରୀହ ଖରଭୁଇଁ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଏକ ଅଦୃଶ୍ୟ ଲଢେଇ କରାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ଯୋର ଧରିଛି । ତେବେ ମଙ୍ଗଳବାର ଶ୍ରମିକ ନେତା ଅବକାଶ ସାହୁଙ୍କୁ ଗିରଫ ପରେ ଖରଭୁଇଁ ଆନ୍ଦୋଳନ ସ୍ଥାନରେ ଗ୍ରାମବାସୀ ଦିନରାତି ଶୀତ କାକରରେ ଆନ୍ଦୋଳନ ଜାରି ରଖି ରାସ୍ତା ଅବରୋଧ କରିଛନ୍ତି ।

ଗୋଟିଏ ପଟରେ କ୍ରସର ବନ୍ଦ ଯୋଗୁଁ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଓ ରାଜସ୍ୱ ହାନୀ ହେଉଥିବା ବେଳେ ଅନ୍ୟ ପଟରେ ପରିବେଶ ପ୍ରଦୂଷଣ ଓ ଖରଭୁଇଁ ଗ୍ରାମବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଉଭୟ ପକ୍ଷକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.