ETV Bharat / state

ଖମନମୁଣ୍ଡାରେ ବ୍ୟାପକ ଦୁର୍ନୀତି, ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଲେ ଓ୍ବାର୍ଡ ମେମ୍ବର

ବୌଦ୍ଧ ଖମନମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟ । ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଓ୍ବାର୍ଡ ମେମ୍ବର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 19, 2023, 7:38 AM IST

Updated : Sep 19, 2023, 12:02 PM IST

ଖମନମୁଣ୍ଡାରେ ବ୍ୟାପକ ଦୁର୍ନୀତି
ଖମନମୁଣ୍ଡାରେ ବ୍ୟାପକ ଦୁର୍ନୀତି
ଖମନମୁଣ୍ଡାରେ ବ୍ୟାପକ ଦୁର୍ନୀତି

ବୌଦ୍ଧ: ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ । ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଓ୍ବାର୍ଡ ମେମ୍ବର । ବୌଦ୍ଧର ଖମନମୁଣ୍ଡା ପଞ୍ଚାୟତର କେତେକ ନିର୍ଦ୍ଦିଷ୍ଟ ଓ୍ବାର୍ଡରେ ସରପଞ୍ଚ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ତଥା ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି ଖମନମୁଣ୍ଡା ପଞ୍ଚାୟତ । ହେଲେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ସ୍ଥାନୀୟ ଓ୍ବାର୍ଡ ମେମ୍ବର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଓ୍ବାର୍ଡ୍‌ ମେମ୍ବରମାନେ ମିଳିତ ଭାବରେ ସରପଞ୍ଚଙ୍କ କାର୍ଯ୍ୟକୁ ବିରୋଧ କରିବା ସହ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ଠିକରେ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । ସେହିପରି ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଉପାନ୍ତ ଅଞ୍ଚଳରେ ଥିବା ପଞ୍ଚାୟତର ବିକାଶ ସବୁ ଅଞ୍ଚଳରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ଖମନମୁଣ୍ଡା ପଞ୍ଚାୟତର ନିର୍ଦ୍ଦିଷ୍ଟ ୪ଟି ଓ୍ବାର୍ଡରେ କାର୍ଯ୍ୟ କରି ସରପଞ୍ଚ ବ୍ୟାପକ ଦୁର୍ନୀତି କରୁଥିବା ଓ୍ବାର୍ଡ ସଭ୍ୟମାନେ ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସେହିପରି ପଞ୍ଚାୟତର ୭ଟି ଓ୍ବାର୍ଡକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା କାରଣରୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସେଠାରେ ବାଧାପ୍ରାପ୍ତ ହୋଇଥିବା ସଭ୍ୟମାନେ ଅଭିଯୋଗ କରିଛନ୍ତି । ଏଥିସହ ଖମନମୁଣ୍ଡାରେ ଦୀର୍ଘ ୬ବର୍ଷ ହେଲା ସ୍ଥାନୀୟ ଏସିଏମ ତଥା ପମ୍ପ କର୍ମଚାରୀଙ୍କ ଦରମା ରାଜନୀତି ଯୋଗୁଁ ପ୍ରଦାନ କରାଯାଉ ନ ଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏନେଇ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇ ଥିବା ବେଳେ ସେ ଲୋକଙ୍କ ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉଛି ଓ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ନାଉଗାଁ ବ୍ଲକରେ ବ୍ୟାପକ ଦୁର୍ନୀତି: ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ

ସେହିପରି ଖମନମୁଣ୍ଡା ଏସିଏମ ସରୋଜ କୁମାର ଶର୍ମା କହିଛନ୍ତି, "ଖମନମୁଣ୍ଡା ପଞ୍ଚାୟତ ୧୧ ଗୋଟି ଓ୍ବାର୍ଡକୁ ନେଇ ଗଠିତ । ସେଥି ମଧ୍ୟରୁ ୪ ଗୋଟି ଓ୍ବାର୍ଡରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉ ନ ଥିବା ବେଳେ ସେ ନିଜେ ଆତ୍ମସାତ କରୁଛନ୍ତି । ଯାହାକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଦୀର୍ଘ ୬ ବର୍ଷ ହେଲା ସ୍ଥାନୀୟ ଏସିଏମ ତଥା ପମ୍ପ କର୍ମଚାରୀଙ୍କ ଦରମା ରାଜନୀତି ଯୋଗୁଁ ପ୍ରଦାନ କରାଯାଉ ନାହିଁ । ଆଉ ଏଭଳି ଦୁର୍ନୀତି କୌଣସି ଜିଲ୍ଲାରେ କରାଯାଉ ନାହିଁ ।"

ଇଟିଭି ଭାରତ, ବୌଦ୍ଧ

Last Updated : Sep 19, 2023, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.