ETV Bharat / state

ଉଦଯାପିତ ହେଲା ଖଡଙ୍ଗ ଲୋକ ମହୋତ୍ସବ

author img

By ETV Bharat Odisha Team

Published : Jan 18, 2024, 9:19 AM IST

Khadanga Lok Mahotsav: ଖଡଙ୍ଗ ମହୋତ୍ସବର ଶେଷ ସନ୍ଧ୍ୟାରେ ଝୁମିଲେ ଦର୍ଶକ । ପାରମ୍ପରିକ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସୁରକ୍ଷା ପାଇଁ ଭରପୁର ଉଦ୍ୟମ କରାଯାଇଛି । ଅଧିକ ପଢନ୍ତୁ

ଉଦଯାପିତ ହେଲା ଖଡଙ୍ଗ ଲୋକ ମହୋତ୍ସବ, ପାରମ୍ପରିକ କଳାକୁ ଅଧିକ ଗୁରୁତ୍ୱ

ବୌଦ୍ଧ: ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦଯାପିତ ହେଲା ପଞ୍ଚମ ଖଡଙ୍ଗ ଲୋକକଳା ମହୋତ୍ସବ । ବୌଦ୍ଧ ଜିଲ୍ଲାର ସୀମାରେଖା ଭାବରେ ପରିଚିତ ଖଡଙ୍ଗ ନଦୀ କୂଳରେ ଆୟୋଜିତ ଏହି ଲୋକ ମହୋତ୍ସବର ଶେଷ ଦିନରେ ପାଞ୍ଚଟି ଜିଲ୍ଲାର ଦର୍ଶକମାନେ ନୃତ୍ୟ ସଙ୍ଗୀତର ମଜା ଉଠାଇଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିବା ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ଏଥିରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇଥିଲେ । ଆଗାମୀ ଦିନରେ ଖଡଙ୍ଗ ନଦୀ ଉପରେ ସରକାର ଏକ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଖୁଣ୍ଟିଗୋରାର ବନ୍ଧଗୋରାଠାରେ ପଞ୍ଚମ ଖଡଙ୍ଗ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଦିନ ଧରି ଚାଲିଥିବା କଳା ସଂସ୍କୃତିର ମହାମିଳନର ପର୍ବ ଖଡଙ୍ଗ ଲୋକକଳା ମହୋତ୍ସବ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଛି । ପାଞ୍ଚଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅନୁଷ୍ଠିତ ଲୋକକଳା ମହୋତ୍ସବରେ ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଝୁମିଛନ୍ତି ଲୋକେ । ଶୀତୁଆ ସନ୍ଧ୍ୟାରେ ମହୋତ୍ସବ ମଞ୍ଚରେ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସୁରକ୍ଷା ପାଇଁ ଭରପୁର ଉଦ୍ୟମ କରାଯାଇଥିଲା । ଏହି ମହୋତ୍ସବ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...କଂସ ମହାରାଜଙ୍କ ଚାଲିଛି ନଗର ଭ୍ରମଣ, କାରଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ

ଏହା ମଧ୍ୟ ପଢନ୍ତି...ବେଦପାଠରେ କମ୍ପୁଛି ଶ୍ରୀକ୍ଷେତ୍ର, ଭକ୍ତିରସରେ ଭିଜୁଛି ଭକ୍ତ

ଏହି ଉଦଯାପନୀ ଉତ୍ସବରେ ଅତିଥି ରୂପେ ବୌଦ୍ଧ ପିଡି, ଉପଜିଲ୍ଲାପାଳ, କଣ୍ଟାମାଳ ବିଡ଼ିଓ, ତହସିଲଦାର ଓ କଣ୍ଟାମାଳ ବିଧାୟକ ଯୋଗ ଦେଇଥିଲେ । ଖଡଙ୍ଗ ନଦୀ କୂଳରେ ପାଞ୍ଚ ଦିନ ଧରି ଅଞ୍ଚଳର କଳା, ସଂସ୍କୃତି ସହିତ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଖଡଙ୍ଗ ନଦୀ କୂଳକୁ ବୌଦ୍ଧ ଜିଲ୍ଲା ସମେତ ପଡୋଶୀ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ସଂଯୋଗ କରିଛି । ତେଣୁ ଏହି ଖଡଙ୍ଗ ଲୋକ ମହୋତ୍ସବ ଅଞ୍ଚଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି । ତେବେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ଇଟିଭି ଭାରତ , ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.