ETV Bharat / state

ମହାନଦୀର କୁଲାରୀକୁଦରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା

author img

By ETV Bharat Odisha Team

Published : Nov 27, 2023, 7:54 PM IST

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ବୌଦ୍ଧ । ଜିଲ୍ଲାର ବିଭିନ୍ନ ବିଭିନ୍ନ ସ୍ଥାନରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ଅଧିକ ପଢନ୍ତୁ

ମହାନଦୀର କୁଲାରୀକୁଦରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା
ମହାନଦୀର କୁଲାରୀକୁଦରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା
ମହାନଦୀର କୁଲାରୀକୁଦରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା

ବୌଦ୍ଧ: କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବଦେବୀଙ୍କ ପୀଠ । ଆଜି ବଡ଼ି ଭୋରରୁ ମହାନଦୀ ସମେତ ଜିଲ୍ଲାର ବିଭିନ୍ନ ନଦୀ ତଥା ଜଳ ଉତ୍ସରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିବାବେଳେ ହବିଷ୍ୟାଳିମାନଙ୍କ କାର୍ତ୍ତିକ ବ୍ରତ ଆଜି ଶେଷ ହୋଇଛି । ଏହି ଅବସରରେ ମହାନଦୀ ଗର୍ଭରେ ଥିବା ଏକ ଦ୍ଵୀପ ଉପରେ ଲୁକ୍କାୟିତ ଭାବରେ ରହିଥିବା ଏକ ପ୍ରସ୍ତର ଗୁମ୍ଫାରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଇଛି । ତେବେ ଦୀର୍ଘ ଦିନ ଧରି ଏହି ଦ୍ୱୀପଟି ଅବହେଳିତ ଅବସ୍ଥାରେ ରହିଥିବାବେଳେ ବର୍ତ୍ତମାନ ଏହାର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି ।

ମହାନଦୀ ସର୍ବାଧିକ ଜଳପଥ ଅତିକ୍ରମ କରୁଥିବା ଜିଲ୍ଲା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ବେଳେ ମହାନଦୀ ଗର୍ଭରେ ରହିଛି ମର୍ଜାକୁଦ, କୁଆକୁଦ, ଡୁମୁଣକୁଦ, ବୁଦାକୁଦ ଓ କୁଲାରୀକୁଦ । ବୌଦ୍ଧ ପୌରାଞ୍ଚଳର ମର୍ଜାକୁଦ ଦ୍ୱୀପାଞ୍ଚଳର ଅପରପାର୍ଶ୍ୱରେ ଅନୁଗୋଳ ଜିଲ୍ଲା ବେଲାଦୁଲା ଗ୍ରାମ ମଧ୍ୟ ଦେଇ ପ୍ରବାହିତ ମହାନଦୀ ମଧ୍ୟରେ ରହିଛି ଏକ ସ୍ୱତନ୍ତ୍ର ଟାପୁ । ତେବେ ଏହି ଦ୍ୱୀପରେ ଏକ ବିରାଟ ପଥର ଟାପୁ ଉପରେ ରହିଛି ଦୁଇଟି ଭିନ୍ନ ଧରଣର ପୀଠ । ଗୋଟିଏ ପୀଠରେ ଦେବୀ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଅନ୍ୟଟିରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପୀଠକୁ ଗଙ୍ଗାଧର ପୀଠ ନାମରେ ମଧ୍ୟ ପରିଚିତ ।

ଏହି ପୀଠରେ ଦୁଇଟି ପଥର ସମାନ୍ତରାଳ ଭାବରେ ଭୂଗର୍ଭକୁ ଯାଇଛି । ହେଲେ ବର୍ଷା ଋତୁରେ ଡଙ୍ଗା ଓ ଅନ୍ୟ ଋତୁରେ ବାଲୁକା ଶଯ୍ୟାରେ ପାଦଚଲା ରାସ୍ତା ହିଁ ଏଠାକୁ ଏକମାତ୍ର ଯୋଗାଯୋଗର ମାଧ୍ୟମ ହୋଇଥାଏ । ଏହି ପୀଠରେ ଦୁଇଟି ପଥର ସମାନ୍ତରାଳ ଭାବରେ ହୋଇ ଭୂଗର୍ଭକୁ ଯାଇଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁମାନେ ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ.....କାର୍ତ୍ତିକ ମାସର ଶେଷ ସୋମବାର, ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ତେବେ ଏହି କୁଲାରୀକୁଦ ଦ୍ୱୀପ ଓ ଏହି ପୀଠର ପ୍ରଚାର ପ୍ରସାର ଉପଯୁକ୍ତ ଭାବରେ ହୋଇ ପାରିନଥିବା ହେତୁ ଦ୍ୱୀପଟି ଅବହେଳିତ ଭାବେ ପଡିଥିଲା । ହେଲେ ଜିଲ୍ଲା ପ୍ରଶାସନ ଏହି ଦ୍ୱୀପକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ଏଠାରେ ଇକୋ ଟୁରିଜିମ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ଏହି ଇକୋ ଟୁରିଜିମ ଇର ବିକାଶ ହେଲେ ଏହି କୁଲାରୀକୁଦ ଦ୍ୱୀପ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।ଏହି ଦୀପଟି ପ୍ରାୟ ୪୫ ଏକର ପରିମିତ ରହିଥିଲା ବେଳେ ମହାନଦୀର ବନ୍ୟାପାଣି ଯୋଗୁଁ ସଙ୍କୁଚିତ ହୋଇ ପଡ଼ୁଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.