ETV Bharat / state

ବାଟବଣା ବିକାଶ, ମାଳମାଳ ସମସ୍ୟାରେ କଣ୍ଟାମାଳ ପଞ୍ଚାୟତ - ପଞ୍ଚାୟତବାସୀଙ୍କ ସମସ୍ୟା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ମାଳମାଳ ସମସ୍ୟା ରହିଛି । ରାସ୍ତା ପାନୀୟ ସବୁଥିରେ ସମସ୍ୟା ଭୋଗୁଛନ୍ତି ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ବାଟବଣା ବିକାଶ, ମାଳମାଳ ସମସ୍ୟାରେ କଣ୍ଟାମାଳ
ବାଟବଣା ବିକାଶ, ମାଳମାଳ ସମସ୍ୟାରେ କଣ୍ଟାମାଳ
author img

By

Published : Jan 30, 2023, 9:17 AM IST

ବାଟବଣା ବିକାଶ, ମାଳମାଳ ସମସ୍ୟାରେ କଣ୍ଟାମାଳ ପଞ୍ଚାୟତ

ବୌଦ୍ଧ: ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସତ୍ତ୍ୱେ ବିକାଶ ଆଗେଇ ପାରୁନାହିଁ । ଦୁର୍ନୀତି ଏହାର ମୁଖ୍ୟ ପ୍ରତିବନ୍ଧକ ହୋଇଥିବା ବେଳେ ଅଞ୍ଚଳର ବିକାଶକୁ ନେଇ ଗଭୀର କ୍ଷୋଭ ପ୍ରକାଶ ପାଇଛି । କଳା ସଂସ୍କୃତିର ଅନନ୍ୟ ଅଞ୍ଚଳ କଣ୍ଟାମାଳ । କିନ୍ତୁ କଣ୍ଟାମାଳରେ ସମସ୍ୟା ମାଳ ମାଳ । ବୌଦ୍ଧ ଜିଲ୍ଲାର 24 ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି କଣ୍ଟାମାଳ ପଞ୍ଚାୟତ ସମିତି । ଫଳରେ ସମସ୍ୟା ଭୋଗୁଛନ୍ତି ପଞ୍ଚାୟତବାସୀ ।

ବ୍ଲକ ଗଠନକୁ 60ବର୍ଷ ବିତିଗଲା ପରେ ମଧ୍ୟ ଏହାର ଆଖିଦୃଶିଆ ବିକାଶ ହୋଇପାରି ନଥିବା ଅଭିଯୋଗ ହୋଇଛି । ବରଗୋଛା, ଲମ୍ବସରୀ ଠାରୁ ନେଇ ଆମ୍ବଗାଁ, ଖୁଣ୍ଟିଗୋରା ପର୍ଯ୍ୟନ୍ତ ଥିବା ଚବିଶ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ଗମନାଗମନର ଅବ୍ୟବସ୍ଥା ବର୍ଷବର୍ଷ ଧରି ଲାଗି ରହୁଛି । ବ୍ଲକର ଅଧିକାଂଶ ଅଞ୍ଚଳ ତେଲନଦୀକୁ ସଂଲଗ୍ନ ଥିଲେ ମଧ୍ୟ ବ୍ଲକର ଅନେକ ଅଞ୍ଚଳରେ ପାନୀୟଜଳ ଓ ଜଳସେଚନର ସମସ୍ୟା ସଦାସର୍ବଦା ଲାଗିରହୁଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ କଣ୍ଟାମାଳ ଅଞ୍ଚଳକୁ ବାରମ୍ବାର ଉପେକ୍ଷିତ ହେବାକୁ ପଡିଛି ।

ଉଭୟ ମନମୁଣ୍ଡା ଓ କଣ୍ଟାମାଳ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଓ ଡାକ୍ତର ଅଭାବ ଭଳି ସମସ୍ୟା ସଦାସର୍ବଦା ରହି ଆସିଛି । ଖାସ କଣ୍ଟାମାଳ ଅଞ୍ଚଳକୁ ଏକ ସବଡିଭିଜନ ଓ ଏନଏସିର ମାନ୍ୟତା ରାଜନୈତିକ ଇଛାଶକ୍ତି ଅଭାବରୁ ନାଲିଫିତା ତଳେ ଅଟକି ରହିଯାଇଛି । ଏପରିକି କଣ୍ଟାମାଳ ବ୍ଲକ ସଦର ମହକୁମାରେ ଖଣ୍ଡେ ଆଦର୍ଶ ବସଷ୍ଟାଣ୍ଡ ଟିଏ ନିର୍ମାଣ ହୋଇ ପାରିନାହିଁ । ବ୍ଲକର ଅନେକ ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆଜି ମଧ୍ୟ ସ୍ବପ୍ନ ହୋଇ ରହିଯାଇଛି ।

ବ୍ଲକର ତେଲନଦୀ ତଟର ସୁରକ୍ଷା ହୋଇ ପାରିନାହିଁ । କଣ୍ଟାମାଳ ଅଞ୍ଚଳକୁ ଗତ 2009 ମସିହାରେ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀରେ ପରିଣତ କରାଯାଇଥିଲେ ମଧ୍ୟ ବିକାଶ ଯେଭଳି ହେବା କଥା ସେହି ଧାରାରେ ହୋଇ ପାରିନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଆକ୍ସନ ମୁଡକୁ ଆସି କଣ୍ଟାମାଳ ଅଞ୍ଚଳର ଦୁର୍ନୀତିଗ୍ରସ୍ତ କର୍ମଚାରୀ, ଠକ କର୍ମଚାରୀ ଓ ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାରଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ କେତେକ ବ୍ୟକ୍ତି ବିଶେଷଙ୍କ ଅଦୂରଦର୍ଶିତା ଯୋଗୁଁ କଣ୍ଟାମାଳର ବିକାଶ ଆଗେଇ ପାରୁନଥିବା ଚର୍ଚ୍ଚା ହେଉଛି । ବିକାଶର ଧାରାରୁ ପଛରେ ପଡିଥିବା କଣ୍ଟାମାଳ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.