ETV Bharat / state

‘କଣ୍ଟାମାଳକୁ ସବଡିଭିଜନ ମାନ୍ୟତା ପ୍ରଦାନ ମୋର ଲକ୍ଷ୍ୟ’

author img

By

Published : Apr 13, 2019, 11:14 AM IST

ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଲେ କଣ୍ଟାମାଳକୁ ସବଡିଭିଜନ୍ ମାନ୍ୟତା ପ୍ରଦାନ ଉପରେ ବିଶେଷ ଧ୍ୟାନ ଦେବି । ନିର୍ବାଚନ ମଣ୍ଡଳୀ କିପରି ସ୍ବତନ୍ତ୍ର ପରିଚୟ ପାଇବ ତା ଉପରେ ଫୋକସ୍ କରିବି ବୋଲି କହିଛନ୍ତି କଣ୍ଟାମାଳର କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସାହୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଆଉ ଏବେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଉଭୟ ନେତାଙ୍କ ଭୋଟରଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରୟାସରେ ଲାଗି ପଡିଛନ୍ତି ନେତା । ଡୋର-ଟୁ-ଡୋର କ୍ୟାମ୍ପେନିଂ ସହ ଭୋଟରଙ୍କ ଉପରେ ଲଦି ଦେଉଛନ୍ତି ପ୍ରତିଶୃତିର ପାହାଡ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ରାଜନୈତିକ ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗୁରୁତ୍ବ ବହନ କରିଛି । 2009ରୁ ଏହି ଆସନଟି ବିଜେଡିର ଅକ୍ତିଆରରେ ରହି ଆସିଛି । ତଥାପି ରାଜନୈତିକ ଅବହେଳାର ଶିକାର ହୋଇଛି ଏହି ନିର୍ବାଚନ ମଣ୍ଡଳୀ । ଏଥର ନେତାକୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କଣ୍ଟାମାଳର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସାହୁ ।

ନିର୍ବାଚନରେ ବିଜୟୀ ହେଲେ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ସବଡିଭିଜନ୍ ମାନ୍ୟତା ପ୍ରଦାନ ଦିଗରେ କାମ କରିବେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିପରି ସ୍ବତନ୍ତ୍ର ପରିଚୟ ପାଇବ ତା' ଉପରେ ଧ୍ୟାନ ଦେବା ସହ ଏହି ଅଞ୍ଚଳରେ ଯେଉଁ ଯେଉଁ କାର୍ଯ୍ୟ ଅଧିୁରା ହୋଇ ରହିଛି, ତାହାକୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଶ୍ରୀ ସାହୁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.