ETV Bharat / state

ଇସିସି ତାଲିକାରୁ ବାଦ କନ୍ଧ ସମ୍ପ୍ରଦାୟ, ମିଳୁନି ଆବାସ ଘର - boudha Kandha community issue

ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତରେ ଆଦିବାସୀ ତାଲିକାରୁ ବାଦ ପଡିଛନ୍ତି 70 ପ୍ରତିଶତରୁ ଉର୍ଦ୍ଧ୍ବ କନ୍ଧ ସମ୍ପ୍ରଦାୟ । ଅଧିକ ପଢନ୍ତୁ...

Kandha community  left out from tribal list in boudha
ଇସିସି ତାଲିକାରୁ ବାଦ କନ୍ଧ ସମ୍ପ୍ରଦାୟ, ମିଳୁନି ଆବାସ ଘର
author img

By

Published : Nov 27, 2020, 5:17 PM IST

ବୌଦ୍ଧ: ଆଦିବାସୀ ତାଲିକାରୁ ବାଦ ପଡିଛନ୍ତି କନ୍ଧ। ସରକାରଙ୍କ ଶତ ପ୍ରଚେଷ୍ଟା ସତ୍ତ୍ବେ ମୁଖ୍ୟସ୍ରୋତରେ ସାମିଲ ହୋଇ ପାରୁନାହାନ୍ତି ଗରିବ ଆଦିବାସୀ । ଏଭଳି ଏକ ସାଙ୍ଗାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତରୁ । ଯେଉଁଠି ବସବାସ କରୁଥିବା ସତୁରୀ ପ୍ରତିଶତରୁ ଉର୍ଦ୍ଧ୍ବ କନ୍ଧ ସମ୍ପ୍ରଦାୟ ଆଦିବାସୀ ଇସିସି ତାଲିକାରୁ ବାଦ ପଡିଛନ୍ତି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ସର୍ବୋପରି ଆବାସ ଯୋଜନା ଭଳି ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ନିରୀହ ଆଦିବାସୀ ।

ଇସିସି ତାଲିକାରୁ ବାଦ କନ୍ଧ ସମ୍ପ୍ରଦାୟ, ମିଳୁନି ଆବାସ ଘର

ସୂଚନାଯୋଗ୍ୟ, ଇସିସି ତାଲିକାରେ କୌଣସି ସରକାରୀ ତ୍ରୁଟି ଯୋଗୁଁ ଆମ୍ବଝରୀ ପଞ୍ଚାୟତରେ ବସବାସ କରୁଥିବା ଆଦିବାସୀଙ୍କ ନାଁ ତାଲିକାରେ ସଂଯୋଗ ହୋଇପାରି ନାହିଁ । ଯାହାଦ୍ବାରା ପଞ୍ଚାୟତର 70 ପ୍ରତିଶତରୁ ଅଧିକ ବାସିନ୍ଦା ସରକାରଙ୍କ ପ୍ରତିଟି ଯୋଜାନରୁ ବାଦ୍ ପଡିଛନ୍ତି । ଏନେଇ ସେମାନେ ବିଭାଗୀୟ ଅଧିକରୀଙ୍କ ନିକଟରେ ବାରମ୍ବାର ଗୁହାରୀ ମଧ୍ୟ କରି ଆସୁଛନ୍ତି । ତେବେ ଆବାସ ଯୋଜନାରେ ରହିଥିବା ତ୍ରୁଟିକୁ ପ୍ରକଳ୍ପ ନିର୍ଦ୍ଦେଶକ ସ୍ବୀକାର କରିବା ସହ ଆଗାମୀ ଦିନରେ ଏହି ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଥିବା ନେଇ ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.