ETV Bharat / state

ଗୋଛାପଡାରେ ମାଓବାଦୀ-ଯବାନ ମୁହାଁମୁହିଁ, 2 ଯବାନ ଗୁରୁତର - ମାଓବାଦୀ ଯବାନ ଗୁଳିବିନିମୟ

ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଗୁଳିବିନିମୟ, 2 ଯବାନ ଆହତ

author img

By

Published : Jul 10, 2021, 12:40 PM IST

Updated : Jul 10, 2021, 2:35 PM IST

12:36 July 10

ବୌଦ୍ଧରେ ଦୀର୍ଘ ସମୟ ଧରି ଚାଲିଛି ଗୁଳିବିନିମୟ

ଗୋଛାପଡାରେ ମାଓବାଦୀ-ଯବାନ ମୁହାଁମୁହିଁ, 2 ଯବାନ ଗୁରୁତର

ବୌଦ୍ଧ/ଭୁବନେଶ୍ବର: ପୁଣି ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚାଲିଛି ଗୁଳିବିନିମୟ । ଦୀର୍ଘ ସମୟ ଧରି ଗୁଳିବିନମୟ ଚାଲି ଥିବାବେଳେ ଏଥିରେ 2 ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହେଲିକପ୍ଟରରେ ଭୁବନେଶ୍ବର ସ୍ଥାନାନ୍ତର କରିଛନ୍ତି ପୋଲିସ ଡିଜି ଅଭୟ ।

ସୂଚନା ଅନୁଯାୟୀ ଆଜି(ଶନିବାର) ସକାଳେ କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡା ଅଞ୍ଚଳରେ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାବାହିନୀ ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହିସମୟରେ ଯବାନଙ୍କ ଉପରକୁ ଅଚାନକ ଗୁଳି ଚାଳନା କରିଥିଲେ ମାଓବାଦୀ । ଏଥିରେ SOG ର 2 ଯବାନ ଆହତ ହୋଇଛନ୍ତି । CRPF ଯବାନ ଆହତ ଯବାନଙ୍କୁ ଉଦ୍ଧାର କରି ମୁଖ୍ୟ ରାସ୍ତାକୁ ଆଣିବା ପରେ ଡିଜିପି ସେମାନଙ୍କୁ ଭୁବନେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ।

ତେବେ LWE ବିରୋଧୀ କାର୍ଯ୍ୟ ତଦାରଖ ପାଇଁ ଡିଜି ଅଭୟ ମାଲକାନଗିରି ଏବଂ କୋରାପୁଟ ଗସ୍ତରେ ଯାଉଥିଲେ । ଏହି ସମୟରେ ଗୁଳିବିନିମୟ ଖବର ପାଇ କାର୍ଯ୍ୟକ୍ରମକୁ ବାତିଲ କରି ଆହତ ଯବାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଛନ୍ତି । ଉଭୟ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଖବର ଲେଖା ହେବା ସୁଦ୍ଧା ଅପରସେନ ଜାରିଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି/ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 10, 2021, 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.