ବୌଦ୍ଧ: ଆଜି ପବିତ୍ର ଜନ୍ମାଷ୍ଟମୀ । ଦୁଇ ବର୍ଷର କୋଭିଡ ବ୍ୟବଧାନ ପରେ ସାରା ଜିଲ୍ଲାରେ ଧୁମଧାମରେ ଏହି ପର୍ବ ପାଳନ ହୋଇଛି । ତେବେ ସାରା ଜିଲ୍ଲା କୃଷ୍ଣମୟ ହେବା ସହିତ ରାଧାକୃଷ୍ଣଙ୍କ ଆରାଧନାରେ ତଲ୍ଲୀନ ।
ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ବିଶେଷ ଭାବରେ ବୌଦ୍ଧ ରାଜବାଟୀ ନିକଟରେ ଥିବା ଶତାଧିକ ବର୍ଷ ପ୍ରାଚୀନ ଶ୍ରୀ ମଦନମୋହନ ମନ୍ଦିରଠାରେ ସ୍ବତନ୍ତ୍ର ରୀତିନୀତିରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇଛି ।
ଜନ୍ମାଷ୍ଟମୀ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ମନ୍ଦିରରେ ପରିଲକ୍ଷିତ ହୋଇଥିଲା । ବିଶେଷ କରି ମନମୁଣ୍ଡା, ବାଉଁଶୁଣୀ, ଡମ୍ବରୁଗଡ, ବୌଦ୍ଧ, ପୁରୁଣାକଟକ ଭଳି ଅନେକ ସ୍ଥାନରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ସେପଟେ ବୌଦ୍ଧ ସ୍ଥିତ ଶିଶୁ ମନ୍ଦିର ପରିସରରେ କୁନିକୁନି ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବୌଦ୍ଧରେ ପ୍ରଥମଥର ପାଇଁ ଏଭଳି ସମୂହ ରାଧାକୃଷ୍ଣ ବେଶରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶ୍ରୀକୃଷ୍ଣ ମେଳା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା ।
ଇଟିଭି ଭାରତ, ବୌଦ୍ଧ