ବୌଦ୍ଧ: ଜିଲ୍ଲାର ବିଭିନ୍ନ ଧାର୍ମିକ ସଂଗଠନ ଓ ରାଧାକୃଷ୍ଣ ମନ୍ଦିରରେ ଦୁଇ ଦିନ ଧରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ବୁଟୁପାଲି ଠାରେ ନନ୍ଦୋତ୍ସବ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାରା ସହର ନନ୍ଦୋତ୍ସବ ପାଇଁ ଗୋପପୁର ପାଲଟି ଯାଇଥିଲା । ଗୋ ଯାତ୍ରା ସହିତ ଗୋପାଳକ ବେଶରେ କୁନି କୁନି ପିଲାଙ୍କ ଗଉଡ ବାଡି ଖେଳ ପ୍ରଦର୍ଶନ କରାଯାଇଥିଲା ।
ସେପଟେ ଜିଲ୍ଲାରେ ଥିବା ଇସ୍କନ ମନ୍ଦିର ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ବାଳଗୋପାଳଙ୍କ ନିକଟରେ ଛପନ ଭୋଗ ଲାଗି ହେବା ସହ କେକ କଟା ଯାଇଥିଲା । ଶ୍ରଦ୍ଧାଳୁ ମାନେ ମହାଆନନ୍ଦ ସହକାରେ ବାଳଗୋପାଳଙ୍କୁ ପୁଷ୍ପ ଅଭିଷେକ କରିଥିଲେ ।
ଇଟିଭି ଭାରତ, ବୌଦ୍ଧ