ETV Bharat / state

ମହାନଦୀ କୂଳରେ ଥାଇବି ଚାଷୀଙ୍କୁ ମିଳୁନି ପାଣି - ବୌଦ୍ଧ ଜିଲ୍ଲା ଅଳାଁପାଲି ପଞ୍ଚାୟତ

ମହାନଦୀ କୂଳରେ ରହି ମଧ୍ୟ ତିନୋଟି ଗାଁରେ ଦେଖା ଦେଇଛି ଜଳସେଚନର ଉତ୍କଟ ସମସ୍ୟା । ପ୍ରାୟ ପଚାଶ ବର୍ଷ ହେଲା ନିର୍ମାଣ ହୋଇଛି କେନାଲ । ହେଲେ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ପାଇଁ କଲବଲ ହେଉଥିବା ଚାଷୀ କୂଳ । ଘଟଣା ହେଉଛି ବୌଦ୍ଧ ଜିଲ୍ଲା ଅଳାଁପାଲି ପଞ୍ଚାୟତର । ଅଧିକ ପଢନ୍ତୁ...

Irrigation issue of boudh district anlapalli panchayat farmers
ମହାନଦୀ କୂଳରେ ଥାଇବି ଚାଷଜମିକୁ ମିଳିପାରୁନି ପାଣି
author img

By

Published : Sep 30, 2020, 9:45 AM IST

ବୌଦ୍ଧ: ଦୀପ ତଳ ଅନ୍ଧାର । ମହାନଦୀ କୂଳରେ ରହି ମଧ୍ୟ ତିନୋଟି ଗାଁରେ ଦେଖା ଦେଇଛି ଜଳସେଚନର ଉତ୍କଟ ସମସ୍ୟା । ଦୀର୍ଘ ପ୍ରାୟ ପଚାଶ ବର୍ଷ ହେଲା ନିର୍ମାଣ ହୋଇଛି କେନାଲ । ହେଲେ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ପାଇଁ କଲବଲ ହେଉଥିବା ଚାଷୀ କୂଳ । ଶେଷରେ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ ଚାଷୀ । ଘଟଣା ହେଉଛି ବୌଦ୍ଧ ଜିଲ୍ଲା ଅଳାଁପାଲି ପଞ୍ଚାୟତର । ଏହି ପଞ୍ଚାୟତର କୁରୁମପଦର, ଅଳାଁପାଲି ଓ ହିଲୁଙ୍ଗ ଭଳି ତିନି ଖଣ୍ଡ ଗାଁର ପ୍ରାୟ ହଜାର ଏକର ଚାଷଜମିକୁ କେନାଲ ଥାଇ ମଧ୍ୟ ଜଳସେଚନ ହୋଇପାରୁ ନାହିଁ । ଫଳରେ ବର୍ଷ ବର୍ଷ ଧରି ଏଠାକାର ଚାଷୀ ମରୁଡିର ସମ୍ମୁଖୀନ ହେଉଛନ୍ତି ।

ମହାନଦୀ କୂଳରେ ଥାଇବି ଚାଷଜମିକୁ ମିଳିପାରୁନି ପାଣି

ଚଳିତ ବର୍ଷ ମଧ୍ୟ ସାଲୁଙ୍କୀ ଜଳସେଚନରୁ କେନାଲ ପାଣି ନମିଳିବାରୁ ମଙ୍ଗଳବାର ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ କରିବା ସହ ପ୍ରଭାବିତ ଅଞ୍ଚଳକୁ ବୁଲାଇ ଦେଖାଇଥିଲେ ଚାଷୀ । ସେପଟେ ହିଲୁଙ୍ଗ ନିକଟସ୍ଥ ମହାନଦୀ କୂଳରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉଥିଲେ ମଧ୍ୟ ସ୍ଥାନୀୟ ଚାଷ ଜମିକୁ ଏହି ପାଣି ଦିଆନଯାଇ ଅନ୍ୟ ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ସ୍ଥାନୀୟ ଚାଷୀ ତଥା ବୁଦ୍ଧିଜୀବୀମାନେ ବିରୋଧ କରିଛନ୍ତି ।

ଏହାର ସମାଧାନ ନହେଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ଏନେଇ ଜଳସେଚନ ନିର୍ବାହୀ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.