ETV Bharat / state

ବାଟବଣା NREGA ଯୋଜନା, ମଣିଷ ବଦଳରେ ମେସିନ କରୁଛି କାମ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ

ଲକଡାଉନ ସମୟରେ ଘରେ ବସିଛନ୍ତି ଶ୍ରମିକ । ସେପଟେ ବିଭିନ୍ନ ପଞ୍ଚାୟତରେ NREGA କାର୍ଯ୍ୟ ମଣିଷ ବଦଳରେ ଜେସିବି ମେସିନ କାମ କରୁଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ବାଟବଣା ଏନଆରଇଜିଏସ ଯୋଜନା, ମଣିଷ ବଦଳରେ ମେସିନ କରୁଛି କାମ

author img

By

Published : Jun 4, 2021, 11:55 AM IST

ବୌଦ୍ଧ : ଜିଲ୍ଲାରେ ବାଟବଣା ହୋଇଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ବିଭିନ୍ନ ପଞ୍ଚାୟତରେ ଏହି କାମ ଏବେ ମଣିଷ ବଦଳରେ ମେସିନ କରୁଛି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି । ଲକଡାଉନ ଯୋଗୁଁ ଦିନ ମଜୁରିଆ ମାନେ ପ୍ରଭାବିତ ନହେବା ପାଇଁ ସରକାର NREGA ଯୋଜନାରେ କାମ ବିଭିନ୍ନ ପଞ୍ଚାୟତକୁ ଯୋଗାଇ ଦେଇଛନ୍ତି ।

ବାଟବଣା ଏନଆରଇଜିଏସ ଯୋଜନା, ମଣିଷ ବଦଳରେ ମେସିନ କରୁଛି କାମ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ 22ଟି ପଞ୍ଚାୟତ ଥିବା ବେଳେ ଅଧିକାଂଶ ପଞ୍ଚାୟତରେ ଏହି କାମ ମଣିଷ ବଦଳରେ ମେସିନ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ହରଭଙ୍ଗା ବ୍ଲକରେ ପ୍ରାୟ 200ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ବେଳେ ପ୍ରାୟ ସମସ୍ତ କାର୍ଯ୍ୟରେ ମଣିଷ ବଦଳରେ ମେସିନ କାମ କରୁଥିବା ଅଭିଯୋଗ ହୋଇଛି । ସରସରା ଠାରୁ ଆରମ୍ଭ କରି ଆଢେଣୀଗଡ, ତଳଗାଁ ପର୍ଯ୍ୟନ୍ତ ଥିବା ବାଇଶ ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ସ୍ଥାନରେ ଏଭଳି ବେଆଇନ ଭାବରେ ମେସିନ ଦ୍ବାରା NREGA କାର୍ଯ୍ୟ କରାଯାଉଛି ।

ସେପଟେ ଏଭଳି ସମୟରେ ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତ ବାଇଶପଡା ମୁଖ୍ୟ ରାସ୍ତା କଡରେ ଜଣେ ବ୍ୟକ୍ତିଗତ ମାଲିକାନା ଜମିରେ ସରକାରୀ ଗ୍ରାମ୍ୟ ବନ୍ଧ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏଠାରେ ଅନ୍ୟ ସମସ୍ତ ସ୍ଥାନ ଭଳି କୌଣସି ସୂଚନା ଫଳକ ଲାଗି ନଥିବା ବେଳେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ସ୍ଥାନୀୟ ଲୋକଙ୍କ ମତାମତ ନେଇ ଏହି କାର୍ଯ୍ୟ କରାଯାଇଛି ଓ ତୁରନ୍ତ ସେଠାରେ ସୂଚନା ଫଳକ ଲଗାଯିବ ବୋଲି କହିଛନ୍ତି । ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଦୁର୍ନୀତି ଯୋଗୁଁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.