ETV Bharat / state

ପଞ୍ଚାୟତରେ ଦୁର୍ନୀତି, ଧାରଣାରେ ନାଏବ ସରପଞ୍ଚ - ମଥୁରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଚାରିଦିନ ହେବ ଧାରଣାରେ ବସିଛନ୍ତି ନାଏବ ସରପଞ୍ଚ । ଏହି ଘଟଣାରେ ଫସିଯିବା ଭୟରେ ସମାଧାନ ପାଇଁ ଆସିଥିବା ପଞ୍ଚାୟତର ସରପଞ୍ଚ ଲୁଚି ପଳାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି,  ବୌଦ୍ଧ
author img

By

Published : Sep 28, 2019, 5:20 PM IST

ବୌଦ୍ଧ: ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଦୀର୍ଘ ଚାରି ଦିନ ହେଲା ଧାରଣାରେ ନାଏବ ସରପଞ୍ଚ । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବାଦର ସମାଧାନ କରିବାକୁ ଆସି ନିଜେ ଫସିଯିବା ଭୟରେ ସେଠାରୁ ସରପଞ୍ଚଙ୍କ ସହ ଚମ୍ପଟ ମାରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଧାରଣାରେ ନାଏବ ସରପଞ୍ଚ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗତ ସପ୍ତାହରେ ପଞ୍ଚାୟତ କାର୍ଯ୍ୟାଳୟରେ ନାଏବ ସରପଞ୍ଚ ଓ କେତେକ ଓ୍ବାର୍ଡମେମ୍ବର ତାଲା ପକାଇଥିଲେ । କିନ୍ତୁ ଗତ ଚାରିଦିନ ତଳେ ବୁଧବାର ଦିନ ସକାଳୁ ହଠାତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ କିଛି ମେମ୍ବରଙ୍କୁ ସାଥିରେ ନେଇ ତାଲା ଖୋଲି ପ୍ରତ୍ୟେକ ମାସରେ ବୈଠକ ହେଉଥିବା ଦର୍ଶାଇ ଥିଲେ । କୌଣସି ସୂତ୍ରରୁ ଖବର ପାଇ ଅନ୍ୟ ଓ୍ବାର୍ଡମେମ୍ବର ମାନେ ପଞ୍ଚାୟତରେ ପହଞ୍ଚି ଏହି ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ ।

ସରପଞ୍ଚ ଖସି ପଳାଇଥିବା ବେଳେ ନିର୍ବାହୀ ଅଧିକାରୀ ଅସନ୍ତୋଷ ଗୋଷ୍ଠୀକୁ ବୁଝାଇବାକୁ ଯାଇ ନିଜେ ଫସିଯିବା ଭୟରେ ସେଠାରେ ଜରୁରୀ ଦସ୍ତାବିଜ ଛାଡି ଚମ୍ପଟ ମାରିଥିଲେ । କିନ୍ତୁ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବିରେ ଅଟଳ ଥିବା ନାଏବ ସରପଞ୍ଚ ଗତ ଚାରି ଦିନ ହେଲା ସେଠାରେ ଧାରଣାରେ ବସିଛନ୍ତି । ଘଟଣା ସମ୍ପର୍କରେ ସେ ବିଡ଼ିଓ, ଡିପିଓ ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଜଣାଇଥିବା କହିଛନ୍ତି । ଏହାର ସମାଧାନ ତଥା ନ୍ୟାୟ ନମିଳିଲେ ଆଗାମୀ ଗାନ୍ଧୀ ଜୟନ୍ତୀରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ନାଏବ ସରପଞ୍ଚ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଦୀର୍ଘ ଚାରି ଦିନ ହେଲା ଧାରଣାରେ ନାଏବ ସରପଞ୍ଚ ।ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବାଦର ସମାଧାନ କରିବାକୁ ଆସି ନିଜେ ଫସିଯିବା ଭୟରେ ସେଠାରୁ ସରପଞ୍ଚ ଙ୍କ ସହ ଚମ୍ପଟ ମାରିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗତ ସପ୍ତାହରେ ପଞ୍ଚାୟତ କାର୍ଯ୍ୟାଳୟରେ ନାଏବ ସରପଞ୍ଚ ଓ କେତେକ ଓ୍ବାର୍ଡମେମ୍ବର ତାଲା ପକାଇଥିଲେ ।କିନ୍ତୁ ଗତ ଚାରିଦିନ ତଳେ ବୁଧବାର ଦିନ ସକାଳୁ ହଠାତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ କିଛି ମେମ୍ବରଙ୍କୁ ସାଥିରେ ନେଇ ତାଲା ଖୋଲି ପ୍ରତ୍ୟେକ ମାସରେ ବୈଠକ ହେଉଥିବା ଦର୍ଶାଇ ଥିଲେ ।କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଅନ୍ୟ ଓ୍ବାର୍ଡମେମ୍ବର ମାନେ ପଞ୍ଚାୟତ ରେ ପହଞ୍ଚି ଏହି ଉଦ୍ୟମ କୁ ଭଣ୍ଡୁର କରିଦେଇଥିଲେ ।ସରପଞ୍ଚ ଖସି ପଳାଇଥିବା ବେଳେ ନିର୍ବାହୀ ଅଧିକାରୀ ଅସନ୍ତୋଷ ଗୋଷ୍ଠୀକୁ ବୁଝାଇବାକୁ ଯାଇ ନିଜେ ଫସିଯିବା ଭୟରେ ସେଠାରେ ଜରୁରୀ ଦସ୍ତାବିଜ ଛାଡି ଚମ୍ପଟ ମାରିଥିଲେ ।କିନ୍ତୁ ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି ର ତଦନ୍ତ ଦାବୀ ରେ ଅଟଳ ଥିବା ନାଏବ ସରପଞ୍ଚ ଗତ ଚାରି ଦିନ ହେଲା ସେଠାରେ ଧାରଣାରେ ବସିଛନ୍ତି ।ଏହା ସମ୍ପର୍କରେ ସେ ବିଡ଼ିଓ, ଡିପିଓ ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଜଣାଇଥିବା କହିଛନ୍ତି ।ଏହାର ସମାଧାନ ତଥା ନ୍ୟାୟ ନମିଳିଲେ ଆଗାମୀ ଗାନ୍ଧୀ ଜୟନ୍ତୀ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ନାଏବ ସରପଞ୍ଚ ସୂଚନା ଦେଇଛନ୍ତି ।

Body:ମଥୁରା ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଚାରିଦିନ ହେଲା ଧାରଣାରେ ନାଏବ ସରପଞ୍ଚ ।

Conclusion:ବାଇଟ-୧-ନିର୍ଗୁଣ ମହାକୁଡ଼, ନାଏବ ସରପଞ୍ଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.