ETV Bharat / state

କାମ କରୁଛି ମେସିନ, ହାତବାନ୍ଧି ବସିଛି ଶ୍ରମିକ

author img

By

Published : Jun 11, 2023, 1:15 PM IST

ବାଟ ମାରଣା ହୋଇଛି ସରକାରୀ ଯୋଜନା । ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଅଧିକ ପଢନ୍ତୁ

manarega yojana in boudh
manarega yojana in boudh
manarega yojana in boudh

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟ ମାରଣା ହୋଇଛି ସରକାରୀ ଯୋଜନା । ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଯାହା ଦ୍ବାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ନିୟମ ମୁତାବକ ପ୍ରତ୍ୟେକ ସ୍ଥାନୀୟ ଶ୍ରମିକଙ୍କୁ ବର୍ଷକୁ ୧୦୦ ଦିନ କାମ କରିବାର ବ୍ୟବସ୍ଥା ରହିଛି । ମନରେଗା ଯୋଜନା ମାଧ୍ୟମରେ ପୋଖରୀ ଖନନ ରାସ୍ତା ନିର୍ମାଣ ଠାରୁ ନେଇ ବନୀକରଣ ଭଳି ବିଭିନ୍ନ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ ପାଇଁ ନିୟମ ରହିଛି । କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପୋଖରୀ ଖନନ କାର୍ଯ୍ୟ ପ୍ରତ୍ୟେକ ବର୍ଷ ଶ୍ରମିକ ବଦଳରେ ମେସିନର ବ୍ୟବହାର କରାଯାଉଛି ।

ଜିଲ୍ଲା ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏସବୁ ମନରେଗା କାର୍ଯ୍ୟ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ହେଉଛି । ଆଉ ତାହା ପୁଣି ପଞ୍ଚାୟତ ପ୍ରତିନିଧିଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନର ଜ୍ଞାତସାରରେ । ଫଳରେ ମନରେଗା ଯୋଜନାର ବାସ୍ତବତା ଠାରୁ ଢେର ଦୂରରେ ରହିଛନ୍ତି ଶ୍ରମଜୀବୀମାନେ । ବୌଦ୍ଧ ବ୍ଲକର ବଢିଗାଁ, ମୁର୍ଷୁଣ୍ଢି, ମୁଣ୍ଡାପଡା, ବଘିଆପଡା,ଟିକରପଡା, ବହିରା,ମୁଣ୍ଡିପଦର, ଖଲିଆପାଲି, ପଦ୍ମନପୁର, ଗୋଛାପଡା, ମନୁପାଲି ଭଳି ଅଧିକାଂଶ ପଞ୍ଚାୟତରେ ଏହି ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । କିନ୍ତୁ ଏସବୁ ଅନିୟମିତତା ପଞ୍ଚାୟତ ଠାରୁ ନେଇ ଯନ୍ତ୍ରୀ ଓ ବ୍ଲକର ସରକାରୀ ବାବୁଙ୍କ ଜ୍ଞାତସାରରେ ହେଉଥିବାରୁ ଶ୍ରମଜୀବୀମାନେ ଯେତେ ଅଭିଯୋଗ କଲେ ମଧ୍ୟ ଏହାର କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ତେବେ ରାତି ଅଧିଆ ଏଭଳି ମନରେଗା କାର୍ଯ୍ୟ ମେସିନ ମାଧ୍ୟମରେ କରାଯାଇ କୁଜି ନେତା ଓ ଗାଁ ଟାଉଟର ମିଶି ମଷ୍ଟର ରୋଲ ଓ ବିନା କୋଡିଂରେ ବିଲ ପୈଠ ପାଇଁ ରାଜନୈତିକ ଚାପ ପ୍ରୟୋଗ କରୁଛନ୍ତି । ଯେଉଁ କାର୍ଯ୍ୟ ବିରୋଧରେ ଅଭିଯୋଗ ଆସୁଛି ତାକୁ ତୁରନ୍ତ ଏସ ଏଫସି ନଚେତ ଡବ୍ଲ୍ୟୁ ଓଡିସିର କାର୍ଯ୍ୟ ବୋଲି ଅତି ଚତୁରତାର ସହିତ ଉତ୍ତର ଦିଆଯାଉଛି । ସମସ୍ତେ ସବୁକିଛି ଜାଣି ମଧ୍ୟ ଅଜଣା ପାଲଟିଯାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଞ୍ଚାୟତ ଠାରୁ ବ୍ଲକର ବଡ ସରକାରୀ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏହି ଅନିୟମିତତାରେ ସାମିଲ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନର ଏକାଧିକ ବିଲ କରାଯାଉଥିବା ଭଳି ଘଟଣା ମଧ୍ୟ ସମସ୍ତଙ୍କୁ ଚକିତ କରିଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.