ETV Bharat / state

ବୌଦ୍ଧରେ ଆବାସ ଯୋଜନା କେଳେଙ୍କାରୀ ଅଭିଯୋଗ - ବୋଦ୍ଧରେ ଆବାସ ଯୋଜନା ହେରଫେର ଖବର

ବୌଦ୍ଧରେ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳୁନଥିବା ଅଭିଯୋଗ ଆସିଛି । ଜିଲ୍ଲାରେ ବିଜୁ ପକ୍କା ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବାରୁ ହିତାଧିକାରୀ ଭଙ୍ଗା ଦଦରା ଘରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଆବାସ ଯୋଜନା କେଳେଙ୍କାରୀ ଅଭିଯୋଗ
ବୌଦ୍ଧରେ ଆବାସ ଯୋଜନା କେଳେଙ୍କାରୀ ଅଭିଯୋଗ
author img

By

Published : Jan 24, 2021, 10:51 PM IST

Updated : Jan 25, 2021, 12:36 PM IST

ବୌଦ୍ଧ: ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ସରକାରୀ ପକ୍କା ଘର । କେଉଁଠି ପକ୍କା ଘର ପାଇଁ ଲାଞ୍ଚ ମଗାଯାଉଛି ତ ଆଉ କେଉଁଠି ହିତାଧିକାରୀଙ୍କୁ ମିଳିଥିବା ପକ୍କା ଘର ଚୋରି ହୋଇଯାଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ଆବାସ ଯୋଜନା କେଳେଙ୍କାରୀ ଅଭିଯୋଗ

ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଅନେକ ସ୍ଥାନରେ ଗରିବ ହିତାଧିକାରୀଙ୍କ ପାଖରେ ଏହା ପହଞ୍ଚି ପାରୁନାହିଁ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଫର୍ଦ୍ଦ ଦିନକୁ ଦିନ ଲମ୍ବିବାରେ ଲାଗିଛି । ବୌଦ୍ଧ ବ୍ଲକର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖମାରସାହିର ଦିନ ମଜୁରିଆ ଘାଷିରାମକୁ ସରକାରୀ ପକ୍କା ଘର ଖଣ୍ଡେ ମିଳିଥିଲା । ମାତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ ଚଞ୍ଚକତା ଯୋଗୁଁ ଉକ୍ତ ଘର ଚନ୍ଦ୍ରପୁର ଗ୍ରାମର ଅନ୍ୟ ଜଣେ ଘାଷିରାମଙ୍କ ନିକଟକୁ ଚାଲିଗଲା ।

ଫଳରେ ଆଜି ମଧ୍ୟ ଘାଷିରାମଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା ଦଦରା ଚାଳଘରେ ଦିନ କାଟୁଛନ୍ତି । ସେହିପରି କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତ ସମାକୁପା ଗ୍ରାମର ଗରିବ ବିଭୀଷଣ ସରକାରୀ ପକ୍କା ଘର ଖଣ୍ଡେ ପାଇଁ ଲାଞ୍ଚ ଦେଇ ନପାରିବାରୁ ତାଙ୍କୁ ଘର ମିଳୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 25, 2021, 12:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.