ବୌଦ୍ଧ: ଜିଲ୍ଲାରେ ଦୁଇ ଦୁଇଟି ବିଭାଗରେ ସସ୍ୟାକୁ ନେଇ ଅଭିଯୋଗକାରୀଙ୍କ ଧାରଣା । ଜଳପ୍ରକଳ୍ପରେ ଦୁର୍ନୀତି ଓ ନିର୍ମାଣଧୀନ ସେତୁରୁ ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ହେବାପରେ ଶ୍ରମ ବିଭାଗ ଚେତିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧ ଜିଲ୍ଲା ରାଉତପଡା ଗ୍ରାମର ଚାଷୀମାନେ ଆମ୍ବଚାଷରେ ଜଳଛାୟା ବିଭାଗ ବ୍ୟାପକ ଦୁର୍ନୀତି କରିଥିବା ନେଇ ଗତ ଚାରିଦିନ ତଳେ ଜିଲ୍ଲା ଭିଜିଲାନ୍ସରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ ପାଇଁ ଦାବିକରି ଜଳଛାୟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରାୟ ସାତ ଲକ୍ଷ ଟଙ୍କାର ଦୁର୍ନୀତି ଖୋଦ ବୌଦ୍ଧ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ କରିଥିବା ଅଭିଯୋଗ ହୋଇଛି ।ଏହାର ତଦନ୍ତ ପାଇଁ ଜିଲ୍ଲା ଭିଜିଲାନ୍ସର ଏକ ଦଳ ରାଉତପଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେପଟେ ଗତ ଦେଢମାସ ତଳେ ଜିଲ୍ଲା ଧଳପୁରଠାରେ ମହାନଦୀ ଉପରେ ନିର୍ମାଣଧୀନ ସେତୁ ଉପରୁ ଖସିପଡି ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତିନିଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଶ୍ରମବିଭାଗ ଚେତିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ବର୍ତ୍ତମାନ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।
ସେତୁ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ismw ଓ mtw ଲାଇସେନ୍ସ ନଥିବା ଜଣାପଡିଛି । ତେବେ ଲାଇସେନ୍ସ ନଥାଇ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ସାଙ୍ଘାତିକ କାର୍ଯ୍ୟ ଚାଲିଥିଲା ସେନେଇ ଉଠିଛି ପ୍ରଶ୍ନ। ବର୍ତ୍ତମାନ ଜିଲ୍ଲାର ଅନ୍ୟ ଠିକାସଂସ୍ଥାର ଲାଇସେନ୍ସ ଯାଞ୍ଚର ଯଥେଷ୍ଟ ଆବଶ୍ୟକତା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ