ETV Bharat / state

ଜିଲ୍ଲାବାସୀଙ୍କ ଅଭିନବ ପ୍ରୟାସ, ମହାବିଦ୍ୟାଳୟ ପରିସର ଗଛରେ ବାନ୍ଧିଲେ ୧୪ଫୁଟର ବୃହତ ରାକ୍ଷୀ

author img

By

Published : Aug 22, 2021, 4:04 PM IST

ବୌଦ୍ଧବାସୀଙ୍କ ନିଆରା ରାକ୍ଷୀ ଉତ୍ସବ ପାଳନ । ଗଛରେ ସର୍ବ ବୃହତ ରାକ୍ଷୀ ବାନ୍ଧି ବିଶ୍ବ ରେର୍କଡ ଆଶାରେ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଜିଲ୍ଲାବାସୀଙ୍କ ଅଭିନବ ପ୍ରୟାସ, ମହାବିଦ୍ୟାଳୟ ପରିସର ଗଛରେ ବନ୍ଧିଲେ ୧୪ଫୁଟର ବୃହତ ରାକ୍ଷୀ

ବୌଦ୍ଧ: ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ଜିଲ୍ଲାରେ ଗାଁଠୁ ସହର ସବୁଆଡେ ଚଳଚଞ୍ଚଳ ରହିଛି । ଏନେଇ ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଅନେକ ସଙ୍ଗଠନ ଏହି ପବିତ୍ର ଉତ୍ସବକୁ ପାଳନ କରିଛନ୍ତି । ତେବେ ଗତ ପଚିଶ ବର୍ଷ ଧରି ବୌଦ୍ଧ ପଞ୍ଚାୟତ ନିକଟସ୍ଥ ମହାବିଦ୍ୟାଳୟ ପରିସରରେ ଥିବା ଏକ ବୃକ୍ଷରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯିବା ସହ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଅଞ୍ଚଳବାସୀ ।

ବିଶ୍ବର ସର୍ବ ବୃହତ ରାକ୍ଷୀ ପ୍ରସ୍ତୁତ କରାଯାଇ ଏହି ବିରାଟ ଗଛରେ ବନ୍ଧାଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଓ ସରସରା ବିଦ୍ୟାଳୟର ପ୍ରାୟ ପଚାଶ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ, ଅଧ୍ୟାପକ ମିଶି ତିନି ଦିନ ଧରି 14 ଫୁଟ ଗୋଲେଇ ବିଶିଷ୍ଟ ଏହି ରାକ୍ଷୀକୁ ପ୍ରସ୍ତୁତ କରିଛନ୍ତି ।

ତେବେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସପତ୍ନୀକ ସହ ଯୋଗ ଦେଇ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ଗଛରେ ରାକ୍ଷୀକୁ ବାନ୍ଧିବା ସହ ଏଭଳି ନିଆରା ପଦକ୍ଷେପକୁ ନେଇ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ପବିତ୍ର ଉତ୍ସବକୁ ପାଳନ କରାଯାଇଥିବାବେଳେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ପୀଠରେ ଠାକୁରଙ୍କ ପାଇଁ ପାଟ ରାକ୍ଷୀ ପୂଜନର ବ୍ୟବସ୍ଥା କରିଥିବା ନେଇ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.