ETV Bharat / state

ବୌଦ୍ଧରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ହାର - କୋରୋନା

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଥିବାବେଳେ ମୃତ୍ୟୁହାରକୁ ନେଇ ଉଦବେଗ ଜନକ ସ୍ଥିତିରେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ବୈଦ୍ଧ ଜିଲ୍ଲାରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ହାର

author img

By

Published : Jun 6, 2021, 3:54 PM IST

ବୌଦ୍ଧ: ଜିଲ୍ଲାରେ କୋରୋନା ଗ୍ରାଫ ହ୍ରାସ ପାଉଥିବା ବେଳେ କିନ୍ତୁ ମୃତ୍ୟୁ ହାର ଉଦବେଗ ଜନକ ରହିଛି । ସେପଟେ କୋରୋନା ଜନିତ ମୃତ୍ୟୁରେ ସଂସ୍କାର ପରେ ଅସ୍ଥି ବିସର୍ଜନ ପାଇଁ ଅସୁବିଧାକୁ ଦୂର ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଜିଲ୍ଲା ବ୍ରାହ୍ମଣ ସମାଜ ଅନୁରୋଧ କରିଛି ।

ବୈଦ୍ଧ ଜିଲ୍ଲାରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ହାର
ଜିଲ୍ଲାରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ମଧ୍ୟ ମୃତ୍ୟୁ ହାର ଉଦବେଗ ଜନକ ସ୍ଥିତିରେ ରହିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ରବିବାର 134 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁହାର ପୂର୍ବ ଭଳି ଲାଗି ରହିଛି । ସରକାରୀ ଭାବରେ ପଚାଶରୁ ଉର୍ଦ୍ଧ୍ବ କୋରୋନା ଜନିତ ମୃତ୍ୟୁ ଦର୍ଶାଯାଇଥିଲେ ମଧ୍ୟ ଏହାର ସଂଖ୍ୟା ଆହୁରି ଯଥେଷ୍ଟ ଅଧିକ ବୋଲି ସୂଚନା ମିଳିଛି ।

ଗତ ତିନି ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲା ତାଳସରଡାର ଜଣେ ସ୍ବେଚ୍ଛାସେବୀ, ମନମୁଣ୍ଡାର ଜଣେ ବ୍ୟବସାୟୀ, ଚାରିଛକର ଜଣେ ଶିକ୍ଷୟିତ୍ରୀ ଓ ଅନ୍ୟ ଯୁବ ବର୍ଗଙ୍କ ଅକାଳ ବିୟୋଗ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ବୌଦ୍ଧ ସହରର ଏକମାତ୍ର ଶ୍ମଶାନ କେନ୍ଦ୍ର ବା ରାଜଘାଟ ଠାରେ କୋରୋନା ଜନିତ ମୃତକଙ୍କ ଶବ ସତ୍କାର କରାଯାଉଛି । ତେବେ ପ୍ରତ୍ୟେକ ଦିନ ଏକାଧିକ ଶବ ସତ୍କାର ଯୋଗୁଁ ହିନ୍ଦୁ ପରମ୍ପରା ମୁତାବକ ଅସ୍ଥି ସଂଗ୍ରହ ପାଇଁ ସମ୍ପର୍କୀୟଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏଣୁ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି । ସେପଟେ ବୌଦ୍ଧ ରାଜଘାଟ ଠାରେ କୋରୋନା ମୃତକଙ୍କ ଦାହ ପରେ ପିପିଇ କିଟକୁ ଏଣେତେଣେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.