ବୌଦ୍ଧ : ଖରିଫ ଧାନକ୍ରୟ ପ୍ରକ୍ରିୟା ସରିବାକୁ ବସିଲାଣି । ସେହିପରି ରବି ଧାନକ୍ରୟ ପାଇଁ ମଧ୍ୟ ସଜବାଜ ଆରମ୍ଭ ହେଲାଣି । ସେପଟେ କିନ୍ତୁ, ନାମମାତ୍ର ଚାଷୀଙ୍କ ଆଦୌ ଧାନ ବିକ୍ରି ହୋଇପାରି ନାହିଁ । ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତିର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଧାନ ବିକ୍ରି ସରିବାକୁ ବସିଲାଣି । ହେଲେ ଅନେକ ସ୍ଥାନରେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଧାନ ଆଦୌ ବିକ୍ରି ହୋଇପାରି ନାହିଁ । ଫଳରେ ଗରିବ ଚାଷୀ ଏବେ କଣ କରିବ, କିଭଳି କରଜ ସୁଝିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।
ଜିଲ୍ଲାରେ ଧାନକ୍ରୟ ନିମନ୍ତେ ଟାର୍ଗେଟ ସରିବାକୁ ବସିଥିବା ବେଳେ ବିଭିନ୍ନ ମଣ୍ଡିରେ ବେପାରୀ ଓ ଦଲାଲଙ୍କ ଧାନ କିଣା ଯାଉଥିବା ଅଭିଯୋଗ ହୋଇଛି । ସେପଟେ ଆସନ୍ତା ରବି ଧାନ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବାକୁ ବସିଲାଣି । ଜିଲ୍ଲାରେ ଧାନକ୍ରୟକୁ ନେଇ ବର୍ତ୍ତମାନର ସ୍ଥିତିକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ