ବୌଦ୍ଧ: ବିଦାୟ ନେଲେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ । ପାଞ୍ଚ ଦିନ ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେବା ପରେ ଶୁକ୍ରବାର ମା’ ଗଜଲକ୍ଷ୍ମୀ ନେଲେ ମେଲାଣି । ତେବେ ପଚିଶ ବର୍ଷ ଧରି ଚାଲିଥିବା ଜିଲ୍ଲାର ପ୍ରମୁଖ ମଣ୍ଡପ ଚଳିତ ବର୍ଷ ରାଜସ୍ଥାନ ପ୍ୟାଲେସର ଭ୍ରମ ସୃଷ୍ଟି କରିଥିଲା ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ପୁରପଲ୍ଲୀରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜାତ୍ସୋବ ଶୁକ୍ରବାର ବିସର୍ଜନ ସହିତ ସମାପନ ହୋଇଛି । ଗତ ଦୁଇ ବର୍ଷ ହେଲା କୋରୋନା ମହାମାରୀ ଯୋଗୁଁ ବୌଦ୍ଧ ଜିଲ୍ଲାରେ ଧନଦାତ୍ରୀଙ୍କ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସ ତଥା ଶ୍ରଦ୍ଧାର ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ତେବେ ଜିଲ୍ଲାର ସର୍ବାଧିକ ଆକର୍ଷଣ ରହିଆସିଥିବା ବୌଦ୍ଧ ବାଘଗୁଡା ଛକର ଗଜ ଲକ୍ଷ୍ମୀ ପୂଜାରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ଥିଲା ଏହାର ତୋରଣ । ଯାହାକି ରାଜସ୍ଥାନ ପ୍ୟାଲେସର ଭ୍ରମ ସୃଷ୍ଟି କରିଥିଲା । ଏହାଛଡା ପ୍ରତ୍ୟେକ ବର୍ଷ ଭଳି ସାରା ସହରରେ ମା’ ଲକ୍ଷ୍ମୀଙ୍କ ଅତିପ୍ରିୟ କାନିକା ଭୋଗକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ