ETV Bharat / state

ଲକଡାଉନରେ ବଢୁଛି ଚୋରା ମଦ କାରବାର - ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ

ବୌଦ୍ଧ ଜିଲ୍ଲାରେ ଚୋରା ମଦ କାରବାର ରୋକିବାକୁ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ଜିଲ୍ଲାରେ ମଦ କାରବାର ଦିନକୁ ଦିନ ବଢୁଥିବା ନେଇ ହେଉଛି ଅଭିଯୋଗ ।

illigal liquor business increase in boudha during lock down
ଲକଡାଉନରେ ବଢୁଛି ଚୋରା ମଦ କାରବାର
author img

By

Published : Apr 28, 2020, 11:53 AM IST

ବୌଦ୍ଧ: ଲକଡାଉନ ସମୟରେ ବି ବୌଦ୍ଧରେ ଛୁଟୁଛି ମଦର ବନ୍ୟା । ଚୋରା ମଦ କାରବାର ଏବେ ଜିଲ୍ଲାରେ ସୀମା ଲଙ୍ଘିଲାଣି । ଜିଲ୍ଲାର ବିଭିନ୍ନ ଦେଶୀ ମଦଭାଟିରୁ ରାତିରେ ପ୍ରବଳ ମାତ୍ରାରେ ମଦ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳୁଛି । ଏନେଇ ଚୋରାମଦ କାରବାର ଉପରେ ଲଗାମ ଲଗାଇବାକୁ ଯାଇ ସୋମବାର ବୌଦ୍ଧ ଅବକାରୀ ବିଭାଗ ଚଢାଉ କରି ଏକ ବିଦେଶୀ ମଦ ଦୋକାନର ଗୋଦାମକୁ ସିଲ କରିଛି । ହେଲେ ଜିଲ୍ଲାରେ ଚୋରା ମଦ କାରବାର ବଢୁଥିଲେ ମଧ୍ୟ ଆବଶ୍ୟକ ମାତ୍ରାରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏବେ କାରବାର ବଢିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଚୋରା ମଦ ବ୍ୟବସାୟକୁ କାବୁ କରିବାକୁ ସେମିତି କିଛି ବଡ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

ଲକଡାଉନରେ ବଢୁଛି ଚୋରା ମଦ କାରବାର

ଅନୁଗୁଳ ଜିଲ୍ଲାର ମଦ ମାଫିଆଙ୍କ ଚେର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ସହ ବାଉଁଶୁଣୀ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି । ମଦ କାରବାରକୁ ଲଗାମ ଲଗାଇବାକୁ ଯାଇ ସୋମବାର ଅବକାରୀ ବିଭାଗ ବୌଦ୍ଧ ଏନଏସି ଛକ ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଗୋଦାମକୁ ସିଲ କରିବା ସହ 28 ପେଟି ଦାମୀ ମଦକୁ ଜବତ କରିଛି । ସେପଟେ ଲକଡାଉନର ପରେ ମଧ୍ୟ ଏପରି ଗୋଦାମ କିଭଳି ଚାଲୁଛି ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.