ବୌଦ୍ଧ:ଦେଶରେ କୋରୋନା କାୟା ବିସ୍ତାର କରୁଥିବାବେଳେ ବେଆଇନ କାଠ ମାଫିଆଙ୍କ ଦୌରାତ୍ମ୍ୟ ଏବେ ଜିଲ୍ଲା ପାଇଁ ଚର୍ଚ୍ଚାର ବିଷୟ ହୋଇଛି । ବନଖଣ୍ଡ ବିଭାଗର ଫ୍ଲାଇଂ ସ୍କାର୍ଡ ଦ୍ବାରା ଧରା ପଡିଥିବା ଏକ ଗ୍ୟାଙ୍ଗର ଚେର ଉପାନ୍ତ ନାରାୟଣପ୍ରସାଦ ଠାରୁ ଆରମ୍ଭ ହୋଇ ଲମ୍ବିଛି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଏହି ବେଆଇନ ଚୋରା ଚାଲାଣ ପଛରେ କଣ୍ଟାମାଳ ରେଞ୍ଜର କିଛି ଅସାଧୁ ତଥା ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଯାହାର ତଦନ୍ତ ଏବେ ବୌଦ୍ଧ ବନଖଣ୍ଡ ବିଭାଗର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଆରମ୍ଭ କରିଥିବା ଡିଏଫଓ ସୂଚନା ଦେଇଛନ୍ତି ।
ଗତ ମାସରେ ଏହି ଚଢାଉ କରିଯାଇଥିବାବେଳେ, ଶତାଧିକ ବର୍ଷ ପୁରୁଣା ଗଛର 108 ଟି ବିରାଟ ଗଣ୍ଡିକୁ ଫ୍ଲାଇଂ ସ୍କ୍ବାର୍ଡ ଜବତ କରିଥିଲା । ଏପରିକି 3 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।