ETV Bharat / state

ଆକ୍ସନ ମୁଡରେ ଜିଲ୍ଲାପାଳ, ବେଆଇନ ବାଲି ଚାଲାଣରେ ଲାଗିବ ରୋକ

author img

By

Published : Sep 15, 2022, 10:09 PM IST

ଆକ୍ସନ ମୁଡରେ ଜିଲ୍ଲାପାଳ । ବେଆଇନ ଭାବେ ଗଚ୍ଛିତ ହୋଇ ରହିଥିବା ବାଲି ଉପରେ ପ୍ରଶାସନର କଡ଼ା ନଜର । ରାଜସ୍ୱ କ୍ଷତି ଭରଣା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

ଆକ୍ସନ ମୁଡରେ ଜିଲ୍ଲାପାଳ, ବେଆଇନ ବାଲି ଚାଲାଣରେ ଲାଗିବ ରୋକ
ଆକ୍ସନ ମୁଡରେ ଜିଲ୍ଲାପାଳ, ବେଆଇନ ବାଲି ଚାଲାଣରେ ଲାଗିବ ରୋକ

ବୌଦ୍ଧ : ଆକ୍ସନ ମୁଡରେ ଜିଲ୍ଲାପାଳ । ବିଭିନ୍ନ ନଦୀଘାଟରେ ପାହାଡ଼ ଭଳି ବେଆଇନ ଭାବେ ଗଚ୍ଛିତ ହୋଇ ରହିଥିବା ବାଲି ଉପରେ ପ୍ରଶାସନର କଡ଼ା ନଜର । ପ୍ରଥମେ ଶିକ୍ଷା ବିଭାଗ ଓ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକଙ୍କ ପରେ ବର୍ତ୍ତମାନ ରାଜସ୍ୱ ବିଭାଗର ପାଳି ପଡିଛି । ଏଣିକି ଆଉ ଖସିକି ଯାଇପାରିବେନି କେହି ।

ବାଲି ଭଳି ଲଘୁ ଖଣିଜ ସମ୍ପଦରୁ ରାଜସ୍ୱ କ୍ଷତି ଭରଣା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଦିନକୁ ଦିନ ଜିଲ୍ଲାରେ ହରିଲୁଟ ହେଉଛି ଲଘୁ ଖଣିଜ ସମ୍ପଦ । ଏହି ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦାନର ଠିକ ମାସେ ପରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ପ୍ରଥମେ ଶିକ୍ଷା ବିଭାଗ ଓ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ଉପରେ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ରାଜସ୍ୱ ବିଭାଗର ପାଳି ପଡିଛି ।

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ମହାନଦୀ, ତେଲନଦୀ ସମେତ ବିଭିନ୍ନ ନଦୀର ବାଲିଘାଟ ରହିଛି । ଏଠାରେ ଅନେକ ସମୟରେ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଖାଲି ସେତିକି ନୁହେଁ ଏବେ ବିଭିନ୍ନ ନଦୀରେ ଜଳପ୍ରବାହ ଯୋଗୁଁ ବାଲି ସବୁକୁ ବିଭିନ୍ନ ସ୍ଥାନରେ ଗଛିତ ରଖାଯାଇ ତାହାକୁ ଚଢା ଦରରେ ବିକ୍ରି କରାଯାଉଛି । ଏନେଇ ସୂଚନା ମିଳିବା ପରେ ଜିଲ୍ଲାପାଳ ଆକ୍ସନ ମୁଡକୁ ଆସିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ଓ ବୌଦ୍ଧ ତହସିଲର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଧରପଗଡକୁ ଜୋରଦାର କରାଯାଇଛି । ସେହିପରି ବର୍ତ୍ତମାନ ବାଲି ଚଢାଉ ପରେ ପଥର କ୍ବାରୀ ଓ କ୍ରସର ଉପରେ ମଧ୍ୟ ଚଢ଼ଉ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏନେଇ ତହସିଲଦାର କହିଛନ୍ତି, ''ଯେଉଁମାନେ ବେଆଇନ ଭାବେ ବାଲି ନିଲାମ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଜୋରିମାନା ଆଦାୟ କରାଯିବ । ଏବେ ଅନେକ ବାଲି ପରିବହନ କରୁଥିବା ଗାଡ଼ିକୁ ବି ସିଜ୍ କରାଯାଇଛି । '' ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବାଲି ଏକାନ୍ତ ଜରୁରୀ ସାମଗ୍ରୀ ହୋଇଥିବା ବେଳେ ଅନେକ ନଦୀକୂଳିଆ ଅଞ୍ଚଳରେ ବାଲିସବୁ ଲୁକ୍କାୟିତ ଭାବରେ ରଖାଯାଇଥିବା ସୂଚନା ମିଳିଛି । ଖୋଦ ବୌଦ୍ଧ ଜିଲ୍ଲାପାଳ ଏସବୁ ସ୍ଥାନରେ ଚଢ଼ଉ କରିବା ସହିତ ବୌଦ୍ଧ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି ।

ରାଜସ୍ବ ଆଦାୟକୁ ନେଇ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ସହ ସିସିଟିଭି ଦ୍ବାରା ବାଲିଘାଟ ଉପରେ ନଜର ରଖାଯିବ ବୋଲି ହରଭଙ୍ଗା ତହସିଲଦାର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ବୌଦ୍ଧ ସହରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ପାଠାଗାର ଓ ସଂସ୍କୃତିଭବନର କଳେବର ବୃଦ୍ଧି ନେଇ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.