ETV Bharat / state

ଗ୍ରୀଷ୍ମପ୍ରବାହ ଯୋଗୁଁ ଶୁଖିଗଲାଣି ନଦୀ, ବାଲି ମାଫିଆଙ୍କ ରାଜ

author img

By

Published : May 18, 2022, 5:52 PM IST

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀନାଳରୁ ବାଲି ଚୋରାଚାଲାଣ ହେଉଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଅଧିକ ପଢନ୍ତୁ

ଗ୍ରୀଷ୍ମପ୍ରବାହ ଯୋଗୁଁ ଶୁଖିଗଲାଣି ନଦୀ, ବାଲି ମାଫିଆଙ୍କ ରାଜ
ଗ୍ରୀଷ୍ମପ୍ରବାହ ଯୋଗୁଁ ଶୁଖିଗଲାଣି ନଦୀ, ବାଲି ମାଫିଆଙ୍କ ରାଜ

ବୌଦ୍ଧ: ପ୍ରବଳ ଖରା ଯୋଗୁଁ ଦିନ ୧୦ଟା ବେଳକୁ ଘରୁ ପାଦ କାଢିବା ମୁସ୍କିଲ ହୋଇପଡୁଛି । ଘଡିକୁ ଘଡି ପାଗ ବଦଳୁଥିବା ବେଳେ ଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀ ନାଳରେ ଜଳପ୍ରବାହ କମିଯାଉଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀରେ ଜଳପ୍ରବାହ ସମ୍ପୂର୍ଣ୍ଣ କମିଯାଇଥିବା ବେଳେ ଉଭୟ ପାନୀୟଜଳ ଓ ଜଳସେଚନ ପାଇଁ ଦେଖାଦେଇଛି ସମସ୍ୟା । ଆଉ ଏଭଳି ସମୟ ବାଲି ମାଫିଆଙ୍କ ପାଇଁ ପୁଷମାସ ପାଲଟିଛି ।

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀନାଳରୁ ବାଲି ଚୋରାଚାଲାଣ ହେଉଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଏହାଛଡା ନଦୀ ଗୁଡିକର ଜଳପ୍ରବାହର ଗତିପଥ ମଧ୍ୟ ବଦଳୁଥିବା ଅଭିଯୋଗ ହୋଇଛି ।

ତୁରନ୍ତ ଏହାର ସମାଧାନ ତଥା ବାଲି ଚୋରାଚାଲାଣ ଉପରେ ରୋକ ଲଗାଇବାକୁ ଜିଲ୍ଲା ବିଜେପି ଦାବି କରିଛି । ଏନେଇ ବିଜେପି ପକ୍ଷରୁ ଏକ ଦାବିପତ୍ର ବୌଦ୍ଧ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.