ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ, ନୀରବ ବନ ବିଭାଗ - ବେଆଇନ ଗଞ୍ଜେଇ ଚାଷ

ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ସାଙ୍ଗକୁ ବେଆଇନ ଗଞ୍ଜେଇ ଚାଷ ଓ କପା ଚାଷ ଏବେ ଜିଲ୍ଲା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ବେଆଇନ କାରବାର ପଛରେ ଜଙ୍ଗଲ ବିଭାଗ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ପ୍ରଛଦ ହାତ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ, ନୀରବ ଜଙ୍ଗଲ ବିଭାଗ

author img

By

Published : Nov 17, 2020, 1:26 AM IST

ବୌଦ୍ଧ: ଚୋରୀ,ଡକାୟତି, ହତ୍ୟା ସାଙ୍ଗକୁ ବେଆଇନ ମାଦକ ଦ୍ରବ୍ୟର ଚୋରା ଚାଲାଣ ଓ ହବ ହେବାକୁ ଯାଉଛି ବାଉଁଶୁଣୀ ଓ ମନମୁଣ୍ଡା ଥାନା ଅଞ୍ଚଳ । କପା ଚାଷ ନାଁରେ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳର ଶହ ଶହ ଏକର ଜମିରେ ହେଉଛି ବେଆଇନ ଗଞ୍ଜେଇ ଚାଷ । ଆଉ ଏହି ବେଆଇନ କାରବାର ପଛରେ ଜଙ୍ଗଲ ବିଭାଗ ଅଧିକାରୀ ଓ ରାଜସ୍ବ କର୍ମଚାରୀଙ୍କ ପ୍ରଛଦ ହାତ ଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ, ନୀରବ ବନ ବିଭାଗ

ମନମୁଣ୍ଡା ରେଞ୍ଜର ଜଣେ କରିତକର୍ମା ସରକାରୀ କର୍ମଚାରୀଙ୍କ ଇଙ୍ଗିତରେ ଚୋରା କାଠ ଚାଲାଣ ସହିତ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପୋଲିସ ଗତ କିଛି ଦିନ ଧରି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରୁଥିଲେ ମଧ୍ୟ ମନମୁଣ୍ଡାର ସେହି ସରକାରୀ ବାବୁ ସବୁ ତଥ୍ୟ ଗଞ୍ଜେଇ ମାଫିଆଙ୍କୁ ଯୋଗାଇ ଚାଲିଛନ୍ତି । ତେବେ ଏତେ ପରିମାଣରେ ଜଙ୍ଗଲ ମଧ୍ୟରେ ବେଆଇନ କାରବାର ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗ କିମ୍ବା ରାଜସ୍ବ ବିଭାଗ କିଭଳି ଜାଣିପାରୁ ନାହାନ୍ତି ତା ଉପରେ ଉଠିଛି ପ୍ରଶ୍ନବାଚୀ ।

ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ, ନୀରବ ଜଙ୍ଗଲ ବିଭାଗ
ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ, ନୀରବ ଜଙ୍ଗଲ ବିଭାଗ

କପାଚାଷକୁ ନେଇ ମନମୁଣ୍ଡା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଉଭୟ ମନମୁଣ୍ଡା ଓ ବାଉଁଶୁଣୀ ଥାନା ଅଞ୍ଚଳ ବର୍ତ୍ତମାନ ବେଆଇନ କାରବାରର ହବ ହେବାକୁ ବସିଥିବା ବୁଦ୍ଧିଜୀବୀ କହିଛନ୍ତି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.