ETV Bharat / state

ଉପାନ୍ତ ଅଞ୍ଚଳକୁ ବାଟ ହୁଡିଛି ସରକାରୀ ଯୋଜନା - ବୌଦ୍ଧ ନାରାୟଣପ୍ରସାଦ ଓ ଗୁନ୍ଦୁଳିଆ ପଞ୍ଚାୟତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଖବର

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସାମାଜିକ ସୁରକ୍ଷା ବ୍ୟବସ୍ଥା । ବୌଦ୍ଧ ଜିଲ୍ଲାର ନାରାୟଣପ୍ରସାଦ ଓ ଗୁନ୍ଦୁଳିଆ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

ଆଜି ବି ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଅସହାୟ ଗରିବ ଲୋକ

author img

By

Published : Jan 22, 2021, 4:03 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସାମାଜିକ ସୁରକ୍ଷା ବ୍ୟବସ୍ଥା । ବୌଦ୍ଧ ଜିଲ୍ଲାର ନାରାୟଣପ୍ରସାଦ ଓ ଗୁନ୍ଦୁଳିଆ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି ।

ଅସହାୟ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାର ଅନେକ ଯୋଜନାମାନ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ଅନେକ ଉପାନ୍ତ ଅଞ୍ଚଳର ଗରିବ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏହି ସାମାଜିକ ସୁରକ୍ଷା ବ୍ୟବସ୍ଥା ଠାରୁ ଦୂରରେ ଭଳି ମନେହେଉଛି ।

ଆଜି ବି ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଅସହାୟ ଗରିବ ଲୋକ

ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ନାରାୟଣପ୍ରସାଦ ଓ ଗୁନ୍ଦୁଳିଆ । ଉଭୟ ପଞ୍ଚାୟତର ଅନେକ ଉପାନ୍ତ ଗ୍ରାମ ଗୁଡିକରେ ଆଜି ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା ଠିକରେ ମିଳୁନଥିବା ଅଭିଯୋଗ ହୋଇଛି ।

ନାରାୟଣପ୍ରସାଦ ପଞ୍ଚାୟତ ସଦର ମହକୁମାରେ ଏଭଳି ଅନେକ ଗରିବ ହିତାଧିକାରୀ ରହିଥିବା ବେଳେ ଗୁନ୍ଦୁଳିଆ ପଞ୍ଚାୟତ କହଁରସାହିରେ ମଧ୍ୟ ଅନେକ ଗରିବ ହିତାଧିକାରୀ ଏହି ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

ସରକାର ଏଭଳି ଗରିବ ନିରୀହ ଲୋକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ତାହା ଠିକରେ କାର୍ଯ୍ୟକାରୀ ହେଉନଥିବାରୁ ସାଧାରଣ ଗରିବ ଲୋକ କଷ୍ଟ ପାଉଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.