ETV Bharat / state

ସରକାରୀ ଯୋଜନା ବାଟବଣା, ଅସହାୟ ଅବସ୍ଥାରେ ଗୋଟିଏ ପରିବାରର 3 ସଦସ୍ୟ - ବୌଦ୍ଧ ଜିଲ୍ଲା ବୀରନରସିଂପୁର ପଞ୍ଚାୟତ

ବୌଦ୍ଧ ଜିଲ୍ଲା ବୀରନରସିଂପୁର ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା । ପିତାମାତାଙ୍କୁ ହରାଇବା ପରେ ଭଙ୍ଗା ଦଦରା ଘରେ ଅସହାୟ ଅବସ୍ଥାରେ କାଟୁଛନ୍ତି ଗୋଟିଏ ପରିବାରର 3 ସଦସ୍ୟ । ଅଧିକ ପଢନ୍ତୁ...

helpless family waiting for govt help in boudh mahakudpalli village
ସରକାରୀ ଯୋଜନା ବାଟବଣା, ଅସହାୟ ଅବସ୍ଥାରେ ଗୋଟିଏ ପରିବାରର 3 ସଦସ୍ୟ
author img

By

Published : Nov 9, 2020, 1:34 PM IST

ବୌଦ୍ଧ: ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ତିନି ଜଣ ମଣିଷ । ସରକାର ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ ସେଗୁଡିକ ସେମାନଙ୍କ ପାଖରେ ପହଁଚିବା ଆଗରୁ ବାଟମାରଣା ହୋଇଯାଉଛି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବୀରନରସିଂପୁର ପଞ୍ଚାୟତ ମହାକୁଡପାଲି ଗ୍ରାମରେ ।

ସରକାରୀ ଯୋଜନା ବାଟବଣା, ଅସହାୟ ଅବସ୍ଥାରେ ଗୋଟିଏ ପରିବାରର 3 ସଦସ୍ୟ

ଏହି ଗାଁରେ ରୁହନ୍ତି ସୁକାନ୍ତି ପ୍ରଧାନ, ତାଙ୍କ ଭଉଣୀ ଏବଂ ତାଙ୍କ କକା ଝରିଆ ପ୍ରଧାନ । ପିତାମାତାଙ୍କୁ ହରାଇବା ପରେ ଦୁଇ ଭଉଣୀ ବିବାହ କରିନପାରି ଅବିବାହିତ ଥିବାବେଳେ ସେପଟେ ନିଜ କକା ମଧ୍ୟ ବିବାହ କରିନପାରି ଦୀର୍ଘ ବର୍ଷ ହେଲା ଏକାକୀ ଜୀବନ କାଟୁଛନ୍ତି । ଏମାନଙ୍କ ପାଖରେ ସରକାରଙ୍କ ସବୁ ଯୋଜନା ଯେମିତି ଅପହଞ୍ଚ ପାଲଟିଛି । ସରକାର ବିଜୁ ପକ୍କାଘର ଯୋଜନାରେ ଅସହାୟଙ୍କୁ ଘର ଖଣ୍ଡେ ଯୋଗାଉଥିବାବେଳେ ଏମାନେ ଏଯାଏଁ ସେସବୁରୁ ବଞ୍ଚିତ ହୋଇଛନ୍ତି । ଦୈନିକ ମୂଲଲାଗି ପେଟ ପୋଷୁଥିବା ଏହି ଦୁଇ ଭଉଣୀ ଏନେଇ ସରପଞ୍ଚ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ନିରାଶ ହୋଇଛନ୍ତି । ଏକ ଭଙ୍ଗା ଦଦରା ଚାଳ ଘରେ ଏମାନଙ୍କ କଟୁଛି ଜୀବନ।

ଏହି ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଇ ପାରିନାହିଁ । ଫଳରେ ସେମାନେ ଅତ୍ୟନ୍ତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ତେଣୁ ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.