ETV Bharat / state

ଭୁଲ ଔଷଧ ଖାଇ ହରେଇଲେ ଗୋଡ ! ପରିବାର ପ୍ରତିପୋଷଣ ପାଇଁ ସରକାରୀ ସହାୟତା ଲୋଡା - ପରିବାର ପ୍ରତିପୋଷଣ ପାଇଁ ସରକାରୀ ସାହାୟତା ଲୋଡା

ଭୁଲ ଔଷଧ ସେବନ ପରେ ଗୋଡ ହରାଇଲା ପୁଅ । ପୁଅର ଚିକିତ୍ସା ପାଇଁ ପରିବାର ସବୁକୁଛି ବିକି ସର୍ବଶାନ୍ତ ହେବା ପରେ ସରକାରୀ ସହାୟତା ପାଇଁ ଅକୁଳ ବିନତି । ଅଧିକ ପଢନ୍ତୁ

ଭୁଲ ଔଷଧ ଖାଇ ସକ୍ଷମରୁ ଭିନ୍ନକ୍ଷମ ପାଲଟିଲେ ଗଲେ ଯୁବକ

author img

By ETV Bharat Odisha Team

Published : Sep 26, 2023, 10:12 PM IST

Updated : Sep 27, 2023, 8:22 AM IST

ଭୁଲ ଔଷଧ ଖାଇ ସକ୍ଷମରୁ ଭିନ୍ନକ୍ଷମ ପାଲଟିଲେ ଗଲେ ଯୁବକ

ବୌଦ୍ଧ: ଭୁଲ ଔଷଧ ସେବନ ପରେ ନିଜ ଗୋଟିଏ ଗୋଡ ହରାଇ ସକ୍ଷମରୁ ଭିନ୍ନକ୍ଷମ ପାଲଟିଲେ ଗଲେ ଯୁବକ । ଗୋଟିଏ ଗୋଡ କଟାଯିବା ପରେ ନିଜ ପରିବାରକୁ କେମିତି ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଯୁକବ । ପୁଅର ଚିକିତ୍ସା ପାଇଁ ପରିବାର ସବୁକୁଛି ବିକି ସର୍ବଶାନ୍ତ ହେବା ପରେ ସରକାରୀ ସହାୟତା ପାଇଁ ଅକୁଳ ବିନତି କରିଛି ପରିବାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଦପଲା ପଞ୍ଚାୟତର ଲଏଡା ଗ୍ରାମରେ । ନିଜର ଛୋଟ ପରିବାରକୁ ନେଇ ହସଖୁସିରେ ଦିନ କାଟୁଥିବା ପଞ୍ଚାୟତର ଲଏଡା ଗ୍ରାମ ସତ୍ୟନାରାୟଣ ବାରିକ । ନିଜ ଅଞ୍ଚଳରେ ବାରିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିଲେ ।

ସତ୍ୟ ନାରାୟଣ ବାରିକଙ୍କ କହିଛନ୍ତି, ‘‘ଗତ ପ୍ରାୟ ବର୍ଷେ ତଳେ ସତ୍ୟଙ୍କ ପାଦ ପାଖରେ ଏକ କଳା ମାଂସ ବୃଦ୍ଧି ପାଇବାରେ ଲାଗିଥିଲା । ଚିକିତ୍ସା ପାଇଁ ମନମୁଣ୍ଡା ଓ ସୋନପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ଅଳ୍ପ କିଛି ଚିକିତ୍ସା ପରେ ମନମୁଣ୍ଡା ଡାକ୍ତରଖାନାର ଜଣେ କର୍ମଚାରୀ କୁଷ୍ଠ ହୋଇଥିବା ଆଶଙ୍କା କରି ଏମଡିଟି ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଏମଡିଟି ଔଷଧ ସେବନ ପରେ ପରେ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଧିରେ ଧିରେ ପାଦ ରୁନେଇ ଉକ୍ତ ସଂକ୍ରମଣ ଜଙ୍ଘ ଆଡ଼କୁ ବ୍ୟାପିବା ଆରମ୍ଭ କରିଥିଲା । ଚିକିତ୍ସା ପାଇଁ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ଓ ଶେଷରେ କଟକ ଏସସିବିରେ ଚିକିତ୍ସା କରାଇଥିଲି । ସଂକ୍ରମଣ ରୋକିବା ପାଇଁ ବାମ ଗୋଡ଼ର ଜଙ୍ଘକୁ କାଟି ଦେଲେ ଡାକ୍ତର ।’’

ଏହା ମଧ୍ୟ ପଢନ୍ତୁ...ସାହା ହୁଅ ସରକାର: କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଲକ୍ଷ୍ମୀଧରଙ୍କ ପରିବା

ସେ ଅହୁରି ମଧ୍ୟ କହିଛନ୍ତି, ‘‘ ଦୀର୍ଘ ବର୍ଷେ ହେଲା ଏଭଳି କଷ୍ଟ ପାଇବା ପରେ ଗତ ମାସରେ କଟକ ଡ଼ାକ୍ତରଖାନାରେ ଗୋଡ କଟାଯିବା ପରେ ବୌଦ୍ଧ ସ୍ଥାନାନ୍ତର କରାଯାଇଛି । ତେବେ ଏହି ବର୍ଷକ ମଧ୍ୟରେ ପରିବାରର ଯାହାକିଛି ସମ୍ବଳ ଥିଲା ସବୁକିଛି ଶେଷ ହୋଇଯାଇଛି । ସ୍ତ୍ରୀ ଓ ବୃଦ୍ଧ ବାପା ଜଗି ରହୁଥିବା ବେଳେ ପୁଅର ଚିକିତ୍ସା ପାଇଁ ବୁଡି ମା ଦୁଇ ନାତୁଣୀଙ୍କୁ ନେଇ ଭିକ୍ଷା ମାଗି ପେଟ ପୋଷୁଛନ୍ତି । ଦୁଇ ଝିଅଙ୍କ ପାଠ ପଢାରେ ଡୋରି ବାନ୍ଧି ହୋଇ ଯାଇଥିବା ବେଳେ ବର୍ତ୍ତମାନ ପରିବାର ଚଳାଇବା ପାଇଁ ପାଖରେ କିଛି ପନ୍ଥା ନାହିଁ । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେଲେ ସେ ଉପକୃତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।

ଇଟିିଭି ଭାରତ, ବୌଦ୍ଧ

Last Updated : Sep 27, 2023, 8:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.