ETV Bharat / state

ଜଙ୍ଗଲ ଭିତରେ ଜଙ୍ଗଲୀ ମଣିଷ ପରି ବଞ୍ଚିଛନ୍ତି ଅସହାୟ ପରିବାର - helpless family

ରାଧାନଗର ମଥୁରା ପଞ୍ଚାୟତ ଦନ୍ତାପାଲି ଗ୍ରାମର ଏକ ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଜଙ୍ଗଲୀ ମଣିଷ ପରି ବଞ୍ଚିଛନ୍ତି 3 ଅସହାୟ ପରିବାର । ସରକାରୀ ଯୋଜନା ଏମାନଙ୍କ ପାଇଁ ହୋଇଯାଇଛି ସାତ ସପନ । ଅଧିକ ପଢନ୍ତୁ...

helpless family need govt help
ଜଙ୍ଗଲ ମଧ୍ୟରେ ଜଙ୍ଗଲୀ ମଣିଷ ପରି ବଞ୍ଚିଛନ୍ତି ଅସହାୟ ପରିବାର
author img

By

Published : Dec 9, 2020, 2:17 PM IST

ବୌଦ୍ଧ:ରାଧାନଗର ମଥୁରା ପଞ୍ଚାୟତ ଦନ୍ତାପାଲି ଗ୍ରାମର ଏକ ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଜଙ୍ଗଲୀ ମଣିଷ ପରି ବଞ୍ଚିଛନ୍ତି 3 ଅସହାୟ ପରିବାର । ଏମାନଙ୍କ ନିକଟରେ ନା ଅଛି କୌଣସି ସରକାରୀ ପରିଚୟ ପତ୍ର ନା ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାରେ ହୋଇପାରିଛନ୍ତି ସାମିଲ । ଏପରିକି ଦିନେ ଦିନେ ଭୋକ ଉପାସରେ ଦିନ କାଟିବାକୁ ପଡ଼ୁଛି । ସରକାରୀ ଯୋଜନା ଏମାନଙ୍କ ପାଇଁ ହୋଇଯାଇଛି ସାତ ସପନ ।

ଜଙ୍ଗଲ ମଧ୍ୟରେ ଜଙ୍ଗଲୀ ମଣିଷ ପରି ବଞ୍ଚିଛନ୍ତି ଅସହାୟ ପରିବାର

ସ୍ବାମୀ ଘାଷିରାମ ଓ ସ୍ତ୍ରୀ ନୂଆଦେଇଙ୍କ ଭଳି ତିନୋଟି ପରିବାର ବର୍ତ୍ତମାନ ଜଙ୍ଗଲ ମଧ୍ୟରେ ଜଙ୍ଗଲୀ ମଣିଷ ଭଳି କାଳ କାଟୁଛନ୍ତି । ଲକଡାଉନ ସମୟରେ ପଞ୍ଚାୟତ ତରଫରୁ ମିଳୁଥିବା ରନ୍ଧା ଖାଦ୍ୟ ଖାଇ ସେମାନେ ବଞ୍ଚି ଯାଇଥିଲେ । କିନ୍ତୁ ବର୍ତ୍ତମାନ ଭୋଜିଭାତର ବଳକା ଖାଇବା ଯାହା ମିଳୁଛି ସେତକରେ ଏହି ଅସହାୟ ପରିବାର ଚଳୁଛନ୍ତି ।

ଅତ୍ୟନ୍ତ ଗରିବ ତଥା ଅସହାୟ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ସେମାନେ କେଉଁ ଅଜଣା ମୂଲକରେ ବାସ କଲାଭଳି ମନେ ହେଉଛି । ସ୍ଥାନୀୟ ନାଏବ ସରପଞ୍ଚ ମଧ୍ୟ ଏନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏମାନଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.