ETV Bharat / state

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ବାରଣ୍ଡାରେ ପ୍ରସୂତୀ ଓ ଶିଶୁ - boudh news

ବୌଦ୍ଧରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା । ଶଯ୍ୟା ଅଭାବରୁ ଡାକ୍ତରଖାନାର ବରଣ୍ଡାରେ ଚିକିତ୍ସିତ ହେଉଛନ୍ତି ପ୍ରସୂତୀ ଓ ଶିଶୁ । ଅଧିକ ପଢନ୍ତୁ....

Midwives and infants are being treated on the hospital's porch for lack of beds
ଶଯ୍ୟା ଅଭାବରୁ ଡାକ୍ତରଖାନାର ବରଣ୍ଡାରେ ଚିକିତ୍ସିତ ହେଉଛନ୍ତି ପ୍ରସୂତୀ ଓ ଶିଶୁ
author img

By

Published : Dec 15, 2020, 8:30 AM IST

ବୌଦ୍ଧ : ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା । ଶଯ୍ୟା ଅଭାବରୁ ପ୍ରସୂତୀ ଓ ନବଜାତ ଶିଶୁ ଡାକ୍ତରଖାନାର ବରଣ୍ଡାରେ ଚିକିତ୍ସିତ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକଦା ଜିଲ୍ଲା ତଥା ପଡୋଶୀ ଜିଲ୍ଲାରେ ପ୍ରସୂତୀ ଚିକିତ୍ସା ପାଇଁ ବେଶ ନାଁ କରିଥିଲା । କିନ୍ତୁ ବର୍ତ୍ତମାନ ଶଯ୍ୟା ଅଭାବ ସାଙ୍ଗକୁ ସ୍ବାସ୍ଥ୍ୟ ସହାୟିକାଙ୍କ ଅଭାବ ଯୋଗୁଁ ପ୍ରସୂତୀଙ୍କ ଚିକିତ୍ସା ଠିକରେ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।

ଶଯ୍ୟା ଅଭାବରୁ ଡାକ୍ତରଖାନାର ବରଣ୍ଡାରେ ଚିକିତ୍ସିତ ହେଉଛନ୍ତି ପ୍ରସୂତୀ ଓ ଶିଶୁ

ସେପଟେ ସରକାର ଏହି ଅସୁବିଧାର ନିରାକରଣ ପାଇଁ ଗତ ପ୍ରାୟ ଦୁଇ ବର୍ଷ ତଳେ ମନମୁଣ୍ଡା ଠାରେ 30 ଶଯ୍ୟା ବିଶିଷ୍ଟ କୋଠା ଓ ଲେବର ରୁମ ପାଇଁ ପଚାଶ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ । ତେବେ ଏହାର ଅବଧି ପୁରିବାକୁ ବସିଥିବା ବେଳେ ଏହି କୋଠା କେବେ ସମ୍ପୂର୍ଣ୍ଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ ।

ଶଯ୍ୟା ଅଭାବରୁ ପ୍ରସୂତୀ ଓ ନବଜାତ ଶିଶୁ ବାରଣ୍ଡାରେ ଚିକିତ୍ସିତ ହେବା ସମସ୍ତଙ୍କୁ ଦୁଃଖିତ କରିଥିବା ବେଳେ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.