ବୌଦ୍ଧ: ଜଙ୍ଗଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଲୋକଙ୍କ ଦୁର୍ଦ୍ଦଶା ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହେବା ସହ କିଭଳି ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ଆଢେଣୀଗଡ ପଞ୍ଚାୟତର ଉପାନ୍ତ ଗ୍ରାମ ବାରିଙ୍ଗିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।
ଶୁକ୍ରବାର ଏକ ଘଞ୍ଚ ଜଙ୍ଗଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ କିଛି ଅସହାୟ ହିତାଧିକାରୀ ସାହାସ ଜୁଟାଇ ଜିଲ୍ଲାପାଳଙ୍କୁ ନିଜ ନିଜର ଅସୁବିଧା ବର୍ଣ୍ଣନା କରିଥିଲେ । ଜିଲ୍ଲାପାଳ ମଧ୍ୟ ଉକ୍ତ ଘୋର ଜଙ୍ଗଲ ମଧ୍ୟରେ ପ୍ରଜାଙ୍କ ଅଭାବ ଅସୁବିଧା ତଥା ତାଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ ।
ଜିଲ୍ଲାର ଉପାନ୍ତରେ ବାସ କରୁଥିବା ଜିଲ୍ଲାବାସୀଙ୍କ ବହୁବିଧ ସମସ୍ୟା ରହିଥିବା ବେଳେ ଏସବୁକୁ କିଭଳି ଦୂର କରାଯାଇ ପାରିବ ସେ ନେଇ ସେ ଚେଷ୍ଟା କରିବେ ବୋଲି କହିଥିଲେ । ବିଶେଷ ଭାବେ ଏହି ଅଞ୍ଚଳରେ ସାମାଜିକ ସୁରକ୍ଷା ଓ ଅନ୍ଧବିଶ୍ବାସର ବ୍ୟବସ୍ଥା ଶୋଚନୀୟ ଥିବା ବେଳେ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ