ETV Bharat / state

ବୃଦ୍ଧ ଦମ୍ପତିଙ୍କ ପାଇଁ ସାତ ସପନ ସରକାରୀ ଯୋଜନା - government schemes

ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି । ସରକାରୀ ଯୋଜନା ସାଜିଛି ସାତ ସପନ । ବୌଦ୍ଧରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ....

government schemes and help are impossible for helpless Elderly couple in boudha
ବୃଦ୍ଧ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ସାତ ସପନ
author img

By

Published : Mar 22, 2021, 12:07 PM IST

ବୌଦ୍ଧ: ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି । ରହିବାକୁ ଘର ଖଣ୍ତେ ନ ଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ନାହାଁନ୍ତି । ସାହି ପଡିଶା ଯାହା ଦିଅନ୍ତି ଉଭୟଙ୍କ ପେଟ ପୁରେ । ଯେଉଁ ଦିନ କିଛି ନ ମିଳେ ଉପାସରେ ରୁହନ୍ତି ଦମ୍ପତି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବଲାସିଙ୍ଘା ଗାଁରୁ । ବଲାସିଙ୍ଘାର ଆଦିବାସୀ ବସ୍ତିରେ ବୃଦ୍ଧ ବେଣୁଧର ଓ ଦିବ୍ୟାଙ୍ଗ ପତ୍ନୀ ଲଳିତା ରୁହନ୍ତି । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ବୃଦ୍ଧ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

ଯେଉଁଠି ଖାଦ୍ୟ ପାଇଁ ପ୍ରତ୍ୟେକ ଦିନ ଏହି ବୃଦ୍ଧ ଦମ୍ପତିଙ୍କୁ ସଙ୍ଘର୍ଷ କରିବାକୁ ପଡୁଛି । ସେଠାରେ ସରକାରୀ ପକ୍କା ଘର, ବିଦ୍ୟୁତ, ପାନୀୟଜଳ ଓ ଅନ୍ୟ ସରକାରୀ ଯୋଜନା କଥା ପଚାରେ କିଏ । ସରକାର ଅସହାୟ ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି । ବାସ୍ତବରେ ଏହା କେତେଦୂର କାର୍ଯ୍ୟରେ ରୂପାନ୍ତରିତ ହୋଇପାରୁଛି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.