ETV Bharat / state

ସୂଚନା ଫଳକରେ ସୀମିତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ - ବୌଦ୍ଧରେ ସୂଚନା ଫଳକରେ ସିମୀତ ଉନ୍ନୟନ କାର୍ଯ୍ୟ

ସୂଚନା ଫଳକରେ ସୀମିତ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ । ସମସ୍ତ ସରକାରୀ ଯୋଜନା ଗୁଡ଼ିକର ସୂଚନା ଫଳକ ଲାଗିଥିଲେ ମଧ୍ୟ ଏହାର କାର୍ଯ୍ୟର ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଧିକ ପଢ଼ନ୍ତୁ

government project problem in boudh
ସୂଚନା ଫଳକରେ ସିମୀତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ
author img

By

Published : Feb 6, 2022, 8:32 PM IST

ବୌଦ୍ଧ: ସୂଚନା ଫଳକରେ ସୀମିତ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ । ସମସ୍ତ ସରକାରୀ ଯୋଜନା ଗୁଡ଼ିକର ସୂଚନା ଫଳକ ଲାଗିଥିଲେ ମଧ୍ୟ ଏହାର କାର୍ଯ୍ୟର ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଜନ ଅସନ୍ତୋଷ ଦେଖାଯାଇଛି।

ସୂଚନା ଫଳକରେ ସିମୀତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଭଲ ରାସ୍ତାଟିଏ ଆଜି ଯାଏ ହୋଇପାରି ନାହିଁ । ଲୁଣିବାହାଲ ଛକଠାରୁ ତାକୁଡ ଗ୍ରାମକୁ ଯିବା ପାଇଁ ମଧୁସୂଦନ ପୁର ଦେଇ ରାସ୍ତା ନିର୍ମାଣ ହୋଇଥିବା ଆରଡି ବିଭାଗ ପକ୍ଷରୁ ସୂଚନା ଫଳକ ଲଗାଯାଇଛି। ହେଲେ ସେଥିରେ ବ୍ୟାପକ ସମସ୍ୟା ରହିଥିବା ନେଇ ଅଭିଯୋଗ ହୋଇଛି ।

ପଞ୍ଚାୟତର ଅନେକ ଅଞ୍ଚଳକୁ ଯୋଗଯୋଗ ପାଇଁ ଉପଯୁକ୍ତ ରାସ୍ତା ହୋଇନଥିବାବେଳେ ଚାରିଆଡ଼େ ଖାଲି ସୂଚନା ଫଳକମାନ ଲଗାଯାଇଛି। ଏପରିକି ପଞ୍ଚାୟତ କାର୍ଯ୍ୟାଳୟର ରାସ୍ତା ପାର୍ଶ୍ବ ବନୀକରଣ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ତିନି ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ସେଠାରେ ଗୋଟିଏ ମଧ୍ୟ ଗଛ ନଥିବା ବେଳେ ଏହାର ତଦନ୍ତ ପାଇଁ ଦାବି ହୋଇଛି। ସେହିପରି ନୂତନ ପଞ୍ଚାୟତ ଗୃହ ପାଇଁ ଦୀର୍ଘ ପାଞ୍ଚ ବର୍ଷ ଧରି ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.