ETV Bharat / state

ଆଜି ବି ମୌଳିକ ଅଧିକାରରୁ ବଞ୍ଚିତ ଗୋଠିସାହି ବସ୍ତିବାସିନ୍ଦା

author img

By

Published : Sep 26, 2020, 9:18 AM IST

ସ୍ଥାନୀୟ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହିଛି ଗୋଠସାହି ବସ୍ତି । ଯେଉଁଠି ଆଜି ବି ନାହିଁ ସର୍ବନିମ୍ନ ମୌଳିକ ସୁବିଧା । ଏନେଇ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

boudh latest news, Gothisahi slum people deprived of fundamental rights, Gothisahi slum, gothi sahi of boudh, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ମୌଳିକ ସୁବିଧାରୁ ବଞ୍ଚିତ ଗୋଠିସାହି ବସ୍ତିବାସୀ, ଗୋଠିସାହି ବସ୍ତି, ବୌଦ୍ଧର ଗୋଠିସାହି
ଆଜି ବି ମୌଳିକ ଅଧିକାରରୁ ବଞ୍ଚିତ ଗୋଠିସାହି ବସ୍ତିବାସୀ

ବୌଦ୍ଧ: ସ୍ଥାନୀୟ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହିଛି ଗୋଠସାହି ବସ୍ତି । ଯେଉଁଠି ଆଜି ବି ନାହିଁ ସର୍ବନିମ୍ନ ମୌଳିକ ସୁବିଧା । ଏନେଇ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ପଞ୍ଚାୟତ ନିକଟରେ ଏଭଳି ଦୃଶ୍ୟ ତେବେ ଅନ୍ୟ ସ୍ଥାନର କଥା କିଏ ପଚାରେ ।

ଏହି ବସ୍ତିରେ ବର୍ଷା ଦିନ ଅବସ୍ଥା ଅତି ଶୋଚନୀୟ ହୋଇପଡେ । ଏମିତିରେ ବର୍ଷର ଅନ୍ୟ ସମୟରେ ମଧ୍ୟ ଭଲ ରାସ୍ତା ଖଣ୍ଡେ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ବସ୍ତିବାସୀ । ସେପଟେ ବସ୍ତିବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ବସ୍ତିରେ ରହିଛି ଗୋଟିଏ ମାତ୍ର ନଳକୂପ । ଯେଉଁଥିରୁ ଦୀର୍ଘ ଦିନ ହେବ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବାରୁ ପାନୀୟ ଜଳ ପାଇଁ ବସ୍ତିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ ପୋଲ ପୋତାଯାଇ ପ୍ରତ୍ୟେକଙ୍କ ଘରେ ମିଟର ଲଗାଇ ସରଞ୍ଜାମ ସଜାଇ ଦିଆଯାଇଛି । ହେଲେ ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବାରୁ ବସ୍ତିବାସୀ ଆଜି ମଧ୍ୟ ଅନ୍ଧାରରେ କାଳ କାଟୁଛନ୍ତି । ଏପରିକି ବସ୍ତିର ବିଧବା ମହିଳା ଦୀର୍ଘ ଦିନ ଧରି ବିଧବା ଭତ୍ତା ଟିକକ ପାଇ ପାରୁନାହାନ୍ତି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବସ୍ତିବାସୀ ଗୁହାରୀ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.