ETV Bharat / state

ଦୁଇଟି ଝିଅ ଥାଇବି ପୁଣି କନ୍ୟାରତ୍ନ ଆପଣାଇ ଚର୍ଚ୍ଚାରେ ନବଦୀପ - humanity

ଲକ୍ଷ୍ମୀ ପ୍ରସାଦର ନବଦୀପ ପ୍ରଧାନ  ନିଜର ଦୁଇ ଦୁଇଟି କନ୍ୟା ସନ୍ତାନ ଥିବା ସତ୍ତ୍ବେ ଜଣେ ଅବହେଳିତ ଝିଅକୁ ନିଜର ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 6, 2019, 4:20 PM IST

ବୌଦ୍ଧ: କନ୍ୟାଭ୍ରୁଣ ନଷ୍ଟ ଏବେବି ସମାଜରେ ଚାଲି ଥିବାବେଳେ କନ୍ୟା ସନ୍ତାନ ଆପଣାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ବୌଦ୍ଧର ନବଦୀପ ପ୍ରଧାନ । ଆଶ୍ଚର୍ଯ୍ୟର କଥା ପୂର୍ବରୁ ଦୁଇଟି କନ୍ୟା ସନ୍ତାନ ଥାଇ ମଧ୍ୟ ଜଣେ ଅବହେଳିତ ଝିଅକୁ ନିଜର ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି ଲକ୍ଷ୍ମୀ ପ୍ରସାଦନିବାସୀ ନବଦୀପ ।

ଭିଡିୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁଯାୟୀ, ଚନ୍ଦ୍ରପୁର ଗ୍ରାମର ରମେଶ କର୍ମୀ ଜଣେ ଭିନ୍ନକ୍ଷମ । ତେବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ଝିଅ ସ୍ନେହାର ଲାଳନପାଳନ କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଲା । ତେଣୁ ନବଦୀପ ଏହା ଜାଣିବା ପରେ ଦୁଇଟି କନ୍ୟା ସନ୍ତାନଙ୍କ ପିତା ହୋଇଥିବା ସତ୍ତ୍ବେ ସେ ସିଡବ୍ଲୁସିର ଅନୁମତି କ୍ରମେ ସ୍ନେହାକୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଛନ୍ତି ।

ତେବେ ନବଦୀପଙ୍କ ରୋଜଗାର ସେତେ ଆଖିଦୃଶିଆ ନ ହୋଇଥିଲେ ବି ମାନବିକତାର ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ସେଥିପାଇଁ ତାକୁ ସମାଜର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

erterte

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.