ETV Bharat / state

ପ୍ରାଚୀନ ପରମ୍ପରାରେ ପାଳିତ ଗିରିଗୋବର୍ଦ୍ଧନ ଉତ୍ସବ, କାଲେଶ୍ବର ପାଲଟିଲା ଗୋପପୁର

ଜିଲ୍ଲାରେ ପାଳିତ ହୋଇଯାଇଛି ଗିରିଗୋବର୍ଦ୍ଧନ ଉତ୍ସବ । ପ୍ରାଚୀନ ପରମ୍ପରାକୁ ପୁନର୍ଜିବୀତ କରିବା ପାଇଁ ପାଳନ ହୋଇଆସୁଛି ଏହି ଉତ୍ସବ । ଏପଟେ ହରଭଙ୍ଗା ବ୍ଲକର କାଲେଶ୍ବର ଗ୍ରାମ ସୃଷ୍ଟିକଲା ଗୋପପୁରର ଭ୍ରମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 29, 2019, 3:08 AM IST

ବୌଦ୍ଧ: ପ୍ରାଚୀନ ପରମ୍ପରାକୁ ଆଜିବି ବଜାୟ ରଖିଛନ୍ତି ଗଡତିଆ ବା ଜମିଦାର । ଗଉଡମେଦର ଦେଖିବାକୁ ମିଳିଛି ନିଆରା ପରମ୍ପରା ଗିରିଗୋବର୍ଦ୍ଧନ ଉତ୍ସବ । ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ପାଳିତ ହୋଇଛି ଗିରିଗୋବର୍ଦ୍ଧନ ପୂଜାର୍ଚ୍ଚନା । କିନ୍ତୁ ହରଭଙ୍ଗା ବ୍ଲକର କାଲେଶ୍ବର ଗାଁରେ ପ୍ରଚଳିତ ଗିରିଗୋବର୍ଦ୍ଧନ ଉତ୍ସବ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ପୁନର୍ଜିବୀତ କରିଥାଏ ।

ପ୍ରାଚୀନ ପରମ୍ପରାରେ ପାଳିତ ଗିରିଗୋବର୍ଦ୍ଧନ ଉତ୍ସବ, କାଲେଶ୍ବର ପାଲଟିଲା ଗୋପପୁର

ଏଠାରେ ଅନୁଷ୍ଠିତ ଏହି ଉତ୍ସବକୁ ପାରମ୍ପରିକ ଭାବରେ ଗାଁର ଗଡତିଆ ବା ଜମିଦାରଙ୍କ ପୌରହିତ୍ୟରେ ପାଳନ କରାଯାଏ । ଗଉଡ ମେଦ ବା ସ୍ବତନ୍ତ୍ର ଭାବେ ଅନ୍ନ ସହିତ ଛପନ ଭୋଗକୁ ଏଥିରେ ସମିଶ୍ରଣ କରି ଗିରିଗୋବର୍ଦ୍ଧନର ପ୍ରସ୍ତୁତି କରାଯାଇଥାଏ । ସୋମବାର କାଲେଶ୍ବର ଗାଁ ପାଲଟିଥିଲା ଗୋପପୁର ।

ବିଶେଷ ଭାବେ କୌଣସି ମଣିଷ ଯେପରି ଅନ୍ନର ଅଭାବରେ ଦୁଖଃ ନପାଉ ଏହି ଲକ୍ଷ୍ୟରେ ପ୍ରାଚୀନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି । ସୋମବାର କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଆଧ୍ୟାତ୍ମିକ ଗାୟୀକା ମନିଷା ଭୋଇ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରାଚୀନ ପରମ୍ପରାକୁ ଆଜିବି ବଜାୟ ରଖିଛନ୍ତି ଗଡତିଆ ବା ଜମିଦାର ।ଗଉଡ ମେଦ ର ନିଆରା ପରମ୍ପରା ଗିରିଗୋବର୍ଦ୍ଧନ ଉତ୍ସବ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ପାଳିତ ହୋଇଛି ଗିରିଗୋବର୍ଦ୍ଧନ ପୂଜାର୍ଚ୍ଚନା ।କିନ୍ତୁ ହରଭଙ୍ଗା ବ୍ଲକର କାଲେଶ୍ବର ଗାଁରେ ପ୍ରଚଳିତ ଗିରିଗୋବର୍ଦ୍ଧନ ଉତ୍ସବ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ପୁନର୍ଜିବୀତ କରିଥାଏ । ଏଠାରେ ଅନୁଷ୍ଠିତ ଏହି ଉତ୍ସବ କୁ ପାରମ୍ପରିକ ଭାବରେ ଗାଁର ଗଡତିଆ ବା ଜମିଦାର ଙ୍କ ପୌରହିତ୍ୟରେ ପାଳନ ସହ ଏହାର ଗଉଡ ମେଦ ବା ସ୍ବତନ୍ତ୍ର ଭାବେ ଅନ୍ନ ସହିତ ଷପନ ଭୋଗକୁ ଏଥିରେ ସମିଶ୍ରଣ କରି ଗିରିଗୋବର୍ଦ୍ଧନ ର ପ୍ରସ୍ତୁତି କରାଯାଇଥାଏ ।ଆଜି କାଲେଶ୍ବର ଗାଁ ପୁରାପୁରି ଗୋପପୁର ଗାଁ ରେ ପରିବର୍ତ୍ତିତ ହୋଇଯାଇଥିଲା ।ବିଶେଷ ଭାବେ କୌଣସି ମଣିଷ ଅନ୍ନର ଅଭାବରେ ଦୁଖଃ ନପାଉ ଏହି ଲକ୍ଷ୍ୟ ରେ ପ୍ରାଚୀନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି ।ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଆଧ୍ୟାତ୍ମିକ ଗାୟୀକା ମନିଷା ଭୋଇ ।କାର୍ଯ୍ୟକ୍ରମ କୁ କାଲେଶ୍ବର ଗ୍ରାମର କାର୍ତ୍ତିକ ନାଏକ,ହରି ନାଏକ,ଚୈତନ୍ୟ ମଲ୍ଲିକ, ସାନନ୍ଦ ନାଏକ ପ୍ରମୁଖ ସହଯୋଗ କରି ସଫଳ କରିଥିଲେ ।

Body:ପ୍ରାଚୀନ ପରମ୍ପରା ର ଝଲକ-କାଲେଶ୍ବର ର ଗିରିଗୋବର୍ଦ୍ଧନ ଉତ୍ସବ ।

Conclusion:ବାଇଟ-୧-ପ୍ରମୋଦ କୁମାର ପୁରୋହିତ, ଜମିଦାର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.