ETV Bharat / state

ବୌଦ୍ଧରେ ବଢୁଛି ଚୋରା ଗଞ୍ଜେଇ କାରବାର, ଅଙ୍କୁଶ ଲଗାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

author img

By

Published : Aug 28, 2022, 4:14 PM IST

ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକୁ ନେଇ ବୌଦ୍ଧ ଜିଲ୍ଲାର ରହିଛି କୁଖ୍ୟାତି । ବର୍ତ୍ତମାନ ଏହା ଉପରେ ଅଙ୍କୁଶ ଲଗାଇବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ବଢୁଛି ଗଞ୍ଜେଇ କାରବାର, ଅଙ୍କୁଶ ଲଗାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ବୌଦ୍ଧ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ କାରବାର । ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକୁ ନେଇ ବୌଦ୍ଧ ଜିଲ୍ଲାର ରହିଛି କୁଖ୍ୟାତି । ବର୍ତ୍ତମାନ ଏହା ଉପରେ ଅଙ୍କୁଶ ଲଗାଇବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ବୌଦ୍ଧ ଥାନା ସହିତ ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ହଜାର ହଜାର ଏକର ବେଆଇନ ଗଞ୍ଜେଇ ଚାଷ ସହିତ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଇଥାଏ । ଏହି ବେଆଇନ କାରବାର ପଛରେ ଜିଲ୍ଲାର ଅନେକ ବଡବଡିଆ ଲୋକଙ୍କ ହାତ ଥିବା ବେଳେ କେତେକ ଅସାଧୁ ଅବକାରୀ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହଯୋଗ ଥିବା ଅଭିଯୋଗ ହୋଇଛି ।

ତେବେ ବର୍ତ୍ତମାନ ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ଯୋଗଦାନ ପରେ ଏହି ବେଆଇନ ଗଞ୍ଜେଇ ଚାଲାଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ସପ୍ତାହରେ କଣ୍ଟାମାଳ ଅଞ୍ଚଳରେ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଏଭଳି ଏକ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଜିଲ୍ଲା ବିଜେପିର ପୂର୍ବତନ ଆଦିବାସୀ ମୋର୍ଚ୍ଚା ସଭାପତିଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ।

ସେହିପରି ବାଉଁଶୁଣୀ ଓ କଣ୍ଟାମାଳ ଥାନା ପକ୍ଷରୁ ମଧ୍ୟ ପୃଥକ ପୃଥକ ଘଟଣାରେ ଏଭଳି ଗଞ୍ଜେଇ ଚୋରା ଚାଲାଣକୁ ଧରାଯାଇଛି । ତେବେ ଦୁଇ ଦିନ ପୂର୍ବରୁ ମନମୁଣ୍ଡା ଥାନା ଅନ୍ତର୍ଗତ ମସିଣାପଡା ଛକ ନିକଟରେ ଏକ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ଗଞ୍ଜେଇ ମାଫିଆର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ ।

ଏହାବି ପଢନ୍ତୁ: ସୁବର୍ଣ୍ଣପୁରରେ ବଢିଚାଲିଛି ଗଞ୍ଜେଇ କାରବାର, ପୋଲିସର କାର୍ଯ୍ୟକାରିତା ଉପରେ ଉଠିଲା ପ୍ରଶ୍ନ

ଶନିବାର ମଧ୍ୟ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ ବ୍ରାହ୍ମଣୀପାଲି ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଚଢାଉ କରିଥିଲା । ରେଡ ସମୟରେ ଏକ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ସହିତ ଗୋଟିଏ ବୋଲେରୋ ଗାଡିକୁ ଜବତ କରିଥିଲା ଅବକାରୀ ଟିମ୍ । ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାର ଯୋଗୁଁ ଅପରାଧିକ ମାମଲା ବୃଦ୍ଧି ପାଉଥିବାରୁ ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ସେପଟେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗତ ସୀମାନ୍ତ ଘଣ୍ଟାପଡା ଫାଣ୍ଡିକୁ ରାଜ୍ୟ ସରକାର ଥାନାର ମାନ୍ୟତା ପ୍ରଦାନ ପରେ ଉକ୍ତ ଅଞ୍ଚଳରେ ଅପରାଧ ସହିତ ବେଆଇନ ଗଞ୍ଜେଇ କାରବାର ଉପରେ ରୋକ ଲାଗିପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.