ETV Bharat / state

ବଢୁଛି ଗଞ୍ଜେଇ ଚୋରା ଚାଲାଣ; ଅବକାରୀ ବିଭାଗର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ - ଗଞ୍ଜେଇ

ରାଜ୍ୟ ରାଜ୍ୟରେ ବଢିବାରେ ଲାଗିଛି ନିଶା କାରବାର । ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକ ବଡ ଗଞ୍ଜେଇ ଚାଲାଣ ରାକେଟ କାର୍ଯ୍ୟ କରୁଛି । ଅଧିକ ପଢନ୍ତୁ...

ganja smuggling on the rise day by day in boudha
ବଢୁଛି ଗଞ୍ଜେଇ ଚୋରା ଚାଲଣ;ଅବକାରୀ ବିଭାଗର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ
author img

By

Published : Jul 2, 2021, 10:00 AM IST

ବୌଦ୍ଧ: ଦିନକୁ ଦିନ ରାଜ୍ୟ ରାଜ୍ୟରେ ବଢିବାରେ ଲାଗିଛି ନିଶା କାରବାର । ବେଆଇନ ଗଞ୍ଜେଇ ଚାଷ ପାଇଁ କୁଖ୍ୟାତି ଅର୍ଜନ କରିଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହାର ଏକ ବଡ ରାକେଟ କାର୍ଯ୍ୟ କରୁଛି । କଣ୍ଟାମାଳ ଥାନା ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ହେଉ ଥିବା ବେଳେ ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।

ବଢୁଛି ଗଞ୍ଜେଇ ଚୋରା ଚାଲଣ;ଅବକାରୀ ବିଭାଗର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ

କଣ୍ଟାମାଳ ଅଞ୍ଚଳରରୁ ବିଭିନ୍ନ ମାଲ ବୋଝେଇ ଟ୍ରକ, ପିକ ଅପ,ଦାମୀକାର ଏପରିକି ଗଣମାଧ୍ୟମ ଲୋଗୋ ଥିବା କାରରେ ମଧ୍ୟ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳରୁ ସୋନପୁର ଜିଲ୍ଲା ଦେଇ ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଜଣାପଡିଛି ।

ସେପଟେ ଗତ ଦୁଇ ଦିନ ମଧ୍ୟରେ ବାଉଁଶୁଣୀ ଅଞ୍ଚଳରୁ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାଉଁଶୁଣୀ ପୋଲିସ ଏକ କାରରୁ ଚାଳିଶ ପ୍ୟାକେଟ ଗଞ୍ଜେଇ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ବେଆଇନ କାରବାର ଯୋଗୁଁ ଅପରାଧିକ ମାମଲା ବୃଦ୍ଧି ପାଉଛି ।

ବୁଧବାର କଣ୍ଟାମାଳ ଥାନା ଅଞ୍ଚଳରେ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ 6 ଜଣ ଦୁର୍ବୃତ୍ତ ଏକ ଲକ୍ଷ କୋଡିଏ ହଜାର ଟଙ୍କା ସହ ବାଇକ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.