ETV Bharat / state

ବୌଦ୍ଧ ବନ ବିଭାଗ ଧରୁଛି ଗଞ୍ଜେଇ, ହାତ ବାନ୍ଧି ବସିଛି ଅବକାରୀ ବିଭାଗ - ବୌଦ୍ଧରୁ ଗଞ୍ଜେଇ ଜବତ

ବୌଦ୍ଧରେ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ଉଭୟ ବନ ବିଭାଗ ଓ ପୋଲିସ ସଫଳ ହୋଇଥିବା ବେଳେ ଏହା ଦାୟିତ୍ୱରେ ଥିବା ଅବକାରୀ ବିଭାଗ ହାତ ବାନ୍ଧି ବସିଥିବା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ ବନ ବିଭାଗ ଧରୁଛି ଗଞ୍ଜେଇ, ହାତ ବାନ୍ଧି ବସିଛି ଅବକାରୀ ବିଭାଗ

author img

By

Published : Jun 6, 2020, 5:08 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ହୋଇଉଠିଛନ୍ତି ଚୋଲା ଗଞ୍ଜେଇ ବେପାରୀ । ଶୁକ୍ରବାର ରାତିରେ ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ କଣ୍ଟାମାଳ ବ୍ଲକର ଶ୍ରୀମାଳ ନିକଟରୁ ଜବତ ହୋଇଛି 3 କ୍ବିଣ୍ଟାଲ 14 କେଜି ଗଞ୍ଜେଇ । ଏକ ବୋଲେରୋ ଗାଡ଼ିରେ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି ।

ବୌଦ୍ଧ ବନ ବିଭାଗ ଧରୁଛି ଗଞ୍ଜେଇ, ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ଘଟଣାରେ ଜବତ ଗଞ୍ଜେଇ ଓ ଗାଡିକୁ କଣ୍ଟାମାଳ ଥାନାକୁ ହସ୍ତାନ୍ତର କରାଯାଇଛି । ସେହିପରି ଏକ ସମ୍ପୂର୍ଣ୍ଣ ନୂଆ ତଥା ନମ୍ବର ବିହୀନ ମୋଟର ସାଇକେଲରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ବଘିଆପଡାଠାରେ ଚଢାଉ କରିଥିଲା ବୌଦ୍ଧ ପୋଲିସ । ଏଥିରେ ବୌଦ୍ଧ ପୋଲିସ ମୋଟରସାଇକେଲକୁ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ କିନ୍ତୁ ଦାୟିତ୍ବରେ ଥିବା ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବା ପରି ମନେହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.