ETV Bharat / state

ହରଭଙ୍ଗା ନାବାଳିକା ଗଣଦୁଷ୍କର୍ମ ଘଟଣା, 2 ଅଭିଯୁକ୍ତ ଗିରଫ - gang rape allegation in harabhanga

ହରଭଙ୍ଗା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ଘଟଣାର ତିନି ଦିନ ପରେ ଦୁଇ ଅଭିଯୁକ୍ତ ଅଲେଖ ଦିଗାଲ ଓ ସନ୍ତୋଷ ପ୍ରଧାନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ ।

gang rape
ହରଭଙ୍ଗା ନାବାଳିକା ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତ ଗିରଫ
author img

By

Published : Jan 9, 2020, 9:08 PM IST

ବୌଦ୍ଧ: ହରଭଙ୍ଗା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ଘଟଣାର ତିନି ଦିନ ପରେ ଦୁଇ ଅଭିଯୁକ୍ତ ଅଲେଖ ଦିଗାଲ ଓ ସନ୍ତୋଷ ପ୍ରଧାନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ । ସେହିପରି ପୀଡିତାଙ୍କର ମଧ୍ୟ ଡାକ୍ତରୀମାଇନା କରାଯାଇଥିବା ଜଣାପଡିଛି ।

ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ କେନାଲରେ ଗାଧୋଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଏନେଇ ହରଭଙ୍ଗା ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେପଟେ ଦୁଇ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ କହିବା ସହ ତାଙ୍କୁ ଷଡଯନ୍ତ୍ର କରାଯାଇ ଫସାଯାଇଥିବା କହିଛନ୍ତି । ତାଙ୍କୁ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ଭାଇ ଜାଣିଶୁଣି ଫସାଇଥିବା ଦୁହେଁ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ଜଣେ ନାବାଳିକା କୁ ଗଣଧର୍ଷଣକୁ ନେଇ ଚାଞ୍ଚଲ୍ୟ ।ଘଟଣାର ତିନି ଦିନ ପରେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ନିଜକୁ ନିର୍ଦ୍ଦୋଷ କହିଛନ୍ତି ।
ବୌଦ୍ଧ ଜିଲ୍ଲାର ଜଣେ ନାବାଳିକା ଛାତ୍ରୀ ଙ୍କୁ ଗଣ ବଳାତ୍କାର ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାଲିକପଡା ପଞ୍ଚାୟତ ଅନ୍ତର୍ଗତ ଭାବପୁର ଗ୍ରାମର ଜନୈକା ନାବାଳିକା ଝିଅ ରବିବାର ଦିନ ନିକଟସ୍ଥ ନାଳରେ ଗାଧୋଇବା ସମୟରେ ତାକୁ କିଛି ଦୂବୃତ୍ତ ପାଖ ଜଙ୍ଗଲ କୁ ଟେକିନେଇ ଗଣ ବଳାତ୍କାର କରିଥିଲେ ।ଘଟଣାର ତିନି ଦିନ ପରେ ପିଡୀତା ଙ୍କ ପରିବାର ପକ୍ଷରୁ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଫଳରେ ଏହି ଘଟଣାରେ ସନ୍ଦିଗ୍ଧ ଦୁଇ ଜଣ ଅଭିଯୁକ୍ତ ଅଲେଖ ଦିଗାଲ ଓ ସନ୍ତୋଷ ପ୍ରଧାନ ଙ୍କୁ ହରଭଙ୍ଗା ପୋଲିସ ଗିରଫ କରି ଗୁରୁବାର ଅଭିଯୁକ୍ତ ଓ ପିଡୀତଙ୍କୁ ବୌଦ୍ଧ ଡାକ୍ତରଖାନାରେ ଡାକ୍ତରୀ ମାଇନା କରିଛି ।କିନ୍ତୁ ଏହି ଅମାନବୀୟ କାଣ୍ଡ ପଛରେ କୌଣସି ବଡ ଧରଣର ଷଡଯନ୍ତ୍ର ରହି ସେମାନଙ୍କୁ ଫସାଯାଇଥିବା ଅଭିଯୁକ୍ତ ମାନେ କହିଛନ୍ତି ।ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବା ସହ ପିଡୀତା ଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରନ୍ତା ବୋଲି ଚର୍ଚ୍ଚା ହେଉଛି ।

Body:ବୌଦ୍ଧ ରେ ନାବାଳିକା ଙ୍କୁ ଗଣଧର୍ଷଣ ଅଭିଯୋଗ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.