ବୌଦ୍ଧ: ଅବହେଳିତ ହୋଇ ପଡିରହିଛି ସ୍ବାଧୀନତା ସଂଗ୍ରାମୀ ସ୍ମୃତି ପୀଠ । ପ୍ରତ୍ୟେକ ଜିଲ୍ଲା ତଥା ବ୍ଲକର ସ୍ବାଧୀନତା ସଂଗ୍ରାମୀଙ୍କ ଉଲ୍ଲେଖନୀୟ ଅବଦାନକୁ ପରବର୍ତ୍ତୀ ପିଢୀଙ୍କ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିଲା ସ୍ମୃତି ପୀଠ । କିନ୍ତୁ ବର୍ତ୍ତମାନ ସ୍ମୃତି ପୀଠ ଗୁଡିକ ଅବହେଳିତ ହୋଇପଡିଥିବା ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ।
ବୌଦ୍ଧ ଗଡଜାତ ଆନ୍ଦୋଳନ ସହ ଜଡିତ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଜେଲଦଣ୍ଡ ଭୋଗିଥିବା ସଂଗ୍ରାମୀ ଚକ୍ରଧର ମିଶ୍ର, ପ୍ରେମ ଶଙ୍କର ପଟ୍ଟନାୟକ, ପ୍ରହଲ୍ଲାଦ ବିଶି, ଚିନ୍ତାମଣି ତ୍ରିପାଠୀ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ବୌଦ୍ଧ ସଦର ମହକୁମାଠାରେ ପ୍ରେମ ଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁରୁଣା ବ୍ଲକ ଠାରେ ସ୍ଥାପନ କରାଯାଇଥିଲା ପଥରର ସ୍ମୃତି ସ୍ତମ୍ଭ । ଏବେ ତାହା ଅବହେଳିତ ହୋଇପଡିଥିବା ଦେଖାଯାଇଛି ।
ସ୍ମୃତି ସ୍ତମ୍ଭ ନିକଟରେ ଆବର୍ଜନା ଓ ଲଟା ବୁଦା ହୋଇପଡିଛି । ଏହାକୁ ଅତ୍ୟନ୍ତ ଦୁଃଖଦାୟକ ତଥା ସରକାର ଏସବୁ ସ୍ମୃତି ସ୍ତମ୍ଭ କାହିଁକି ସ୍ଥାପନ କରୁଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ