ETV Bharat / state

ଆରପାରିରେ ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସୁଦାମ ପ୍ରହରାଜ - freedom fighter and educationist pass away

ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ ସୁଦାମ ଚରଣ ପ୍ରହରାଜଙ୍କ ପରଲୋକ ହୋଇଛି।

educationist sudam praharaj passes away
ଆରପାରିରେ ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସୁଦାମ ପ୍ରହରାଜ
author img

By

Published : Jan 24, 2020, 10:42 AM IST

ବୌଦ୍ଧ: ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ ସୁଦାମ ଚରଣ ପ୍ରହରାଜଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି।

ବୌଦ୍ଧ ଗଡଜାତ ଆନ୍ଦୋଳନରେ ସୁଦାମ ଚରଣ ପ୍ରହରାଜ ସିଧାସଳଖ ଜଡ଼ିତ ରହିବା ସହ ଶିକ୍ଷା ବିଭାଗର ସର୍ବୋଚ୍ଚ ଅଧିକାରୀ ରହିଥିଲେ ।

ଆରପାରିରେ ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସୁଦାମ ପ୍ରହରାଜ

ଜିଲ୍ଲାର ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଧାନଖଣ୍ଡି ଗ୍ରାମରେ ୧୯୩୦ ମସିହାରେ ସୁଦାମ ଚରଣ ପ୍ରହରାଜ ଜନ୍ମଗ୍ରହଣ କରିଥିଲେ । ବୌଦ୍ଧ ଗଡଜାତର ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ତାଙ୍କୁ ବିଦ୍ୟାଳୟରୁ ବହିଷ୍କୃତ ହେବାକୁ ମଧ୍ୟ ପଡିଥିଲା। ସେ ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ବୌଦ୍ଧ ଗଡଜାତର ପ୍ରଥମ ବେଷ୍ଟ ଟେନଥ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆର ପାରିରେ ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ ।ତାଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ।
ବୌଦ୍ଧ ଗଡଜାତ ଆନ୍ଦୋଳନ ସହିତ ଓତୋପ୍ରତୋ ଭାବରେ ଜଡ଼ିତ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକାବିତ ସୁଦାମ ଚରଣ ପ୍ରହରାଜଙ୍କ ନବେ ବର୍ଷ ବୟସରେ ପରଲୋକ ହୋଇଛି ।ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ତିଥିରେ ଅର୍ଥାତ ତେଇଶ ଜାନୁଆରୀ ଦିନ ସୁଦାମଙ୍କ ଭୂବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ଜଣାପଡିବା ପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।ଏଠାରେ ସୂଚନା ଥାଉକି ବୌଦ୍ଧ ଜିଲ୍ଲା ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଧାନଖଣ୍ଡି ଗ୍ରାମରେ ୧୯୩୦ ମସିହାରେ ଜନ୍ମିତ ସୁଦାମ ଚରଣ ପ୍ରହରାଜ ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ବୌଦ୍ଧ ଗଡଜାତ ର ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ତାଙ୍କୁ ବିଦ୍ୟାଳୟରୁ ବହିଷ୍କୃତ ହେବାକୁ ମଧ୍ୟ ପଡିଥିଲା ।ସେ ବୌଦ୍ଧ ଗଡଜାତ ର ପ୍ରଥମ ବେଷ୍ଟ ଟେନଥ ଭାବରେ ଉତ୍ତୀର୍ଣ୍ଣ ହେବା ସହ ଶିକ୍ଷା ବିଭାଗର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିପାରି ଥିଲେ ।ଗୁରୁବାର ତାଙ୍କ ବିୟୋଗ ଖବର ମିଳିବା ପରେ ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଶୋକ ପ୍ରକାଶ ପାଇଛି ।

Body:ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ ଙ୍କ ପରଲୋକ ।

Conclusion:ବାଇଟ-୧-ଗୌରମୋହନ ମିଶ୍ର, ସ୍ବାଧୀନତା ସଂଗ୍ରାମୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.