ETV Bharat / state

ପୁରୁଣାକଟକ ବନାଞ୍ଚଳର ଚଢାଉ, ଚାରି ଲକ୍ଷ ଟଙ୍କାର କାଠ ଜବତ - ମାଫିଆଙ୍କ ଟାର୍ଗେଟରେ ଜଙ୍ଗଲ ସମ୍ପଦ

ମାଫିଆଙ୍କ ଟାର୍ଗେଟରେ ଜଙ୍ଗଲ ସମ୍ପଦ । ବୌଦ୍ଧ ବନଖଣ୍ଡ ଅଧିକରୀ ଗତ ମାସକ ମଧ୍ୟରେ ପାଞ୍ଚଟି ସ୍ଥାନରେ ଚଢାଉ କରି ଚୋରା କାଠ ଚାଲାଣକାରୀକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ବୁଧବାର ପୁଣି ଏକ ଚଢାଉ କରି ମୂଲ୍ୟବାନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ପୁରୁଣାକଟକ ବନାଞ୍ଚଳର ଚଢାଉ, ଚାରି ଲକ୍ଷ ଟଙ୍କାର କାଠ ଜବତ

author img

By

Published : Apr 29, 2021, 8:28 AM IST

ବୌଦ୍ଧ: ମାଫିଆଙ୍କ ଟାର୍ଗେଟରେ ଜଙ୍ଗଲ ସମ୍ପଦ । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି । ବୌଦ୍ଧ ବନଖଣ୍ଡ ଅଧିକରୀ ଗତ ମାସକ ମଧ୍ୟରେ ପାଞ୍ଚଟି ସ୍ଥାନରେ ଚଢାଉ କରି ଚୋରା କାଠ ଚାଲାଣକାରୀକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ବୁଧବାର ପୁଣି ଏକ ଚଢାଉ କରି ମୂଲ୍ୟବାନ କାଠ ଜବତ କରିଛି ।

ପୁରୁଣାକଟକ ବନାଞ୍ଚଳର ଚଢାଉ, ଚାରି ଲକ୍ଷ ଟଙ୍କାର କାଠ ଜବତ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଗଣପତିନଗରଠାରେ ଫର୍ଣ୍ଣିଚର ନାରେ ବ୍ୟାପକ ମୂଲ୍ୟବାନ କାଠ ଓ ପଟା ଗଛିତ ଥିବା ଖବର ପାଇ ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ଚାରି ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟବାନ କାଠ, ପଟା ଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି ।

ତେବେ ଏତେ ପରିମାଣର କାଠପଟା କେଉଁଠୁ ଓ କିଭଳି ଆସିଲା ଏବଂ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଆରମ୍ଭ କରିଛି ବୌଦ୍ଧ ଜଙ୍ଗଲ ବିଭାଗ । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଦୃତ ଗତିରେ ଜଙ୍ଗଲ କ୍ଷୟକୁ ନେଇ ପରିଵେଶପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.