ETV Bharat / state

ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ, 6 ଗିରଫ - forest department

ପୁରୁଣାକଟକ ରେଞ୍ଜ ନିକଟସ୍ଥ ଚାରିଛକ ଅଞ୍ଚଳରେ ବନ ବିଭାଗର ଚଢାଉ। ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ। ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ
ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ
author img

By

Published : Feb 8, 2021, 8:56 AM IST

ବୌଦ୍ଧ: ବନ ବିଭାଗକୁ ସଫଳତା। ବନ ବିଭାଗର ଚଢାଉରେ ଧରାପଡିଲା ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ। ଘଟଣାରେ ଛଅଜଣଙ୍କୁ ଗିରଫ କରିଛି ପୋଲିସ।

ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ,6ଗିରଫ

ସୂଚନାନୁସାରେ, ପୁରୁଣାକଟକ ରେଞ୍ଜ ନିକଟସ୍ଥ ଚାରିଛକ ଅଞ୍ଚଳରେ ଚୋରାରେ କାଠ କାରବାର ହେଉଥିବା ନେଇ ବିଶେଷ ସୁତ୍ରର ଖବର ପାଇଥିଲା ବୌଦ୍ଧ ବନଖଣ୍ଡ। ଖବର ପାଇ ଉକ୍ତ ଅଞ୍ଚଳରେ ବନବିଭାଗ ଚଢାଉ କରିଥିଲା। ଚଢାଉରେ ଦୁଇଟି ଗାଡିରେ ଚାଲାଣ ହେଉଥିବା ଦାମୀ କାଠ ସାମଗ୍ରୀ ଜବତ ହୋଇଛି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରିଛି ବନବିଭାଗ।

ଘଟଣାରେ 6 ଜଣଙ୍କୁ ଗିରଫ କରଛି ବନବିଭାଗ ପୋଲିସ। ବିଭାଗର ଏପରି ତ୍ବରିତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେପଟେ ବିଗତ ତିନି ଦିନ ହେଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନିଖୋଜ ଥିବା ଘଡିଆଳ କୁମ୍ଭୀରକୁ ପୁରୁଣାକଟକ ରେଞ୍ଜ ଅଞ୍ଚଳରେ ଜିପିଏସ ଟ୍ରାକିଂ ମାଧ୍ୟମରେ ଚିହ୍ନଟ କରାଯାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.