ETV Bharat / state

ବୌଦ୍ଧରେ ହ୍ରାସ ପାଉଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ - ବୌଦ୍ଧ ଖବର

ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ । ବେଆଇନ ଗଞ୍ଜେଇ ଚାଷ ସହିତ ଜଙ୍ଗଲରୁ ବ୍ୟାପକ ଗଛକଟା ଯୋଗୁଁ ପରିବେଶ ତଥା ବନ୍ୟପ୍ରାଣୀଙ୍କ ଉପରେ ପଡୁଛି ଗଭୀର ପ୍ରଭାବ । ଅଧିକ ପଢ଼ନ୍ତୁ

Forest decreasing
ବୌଦ୍ଧରେ ହ୍ରାସ ପାଉଛି ଜଙ୍ଗଲ
author img

By

Published : Dec 27, 2022, 10:51 AM IST

ବୌଦ୍ଧରେ ହ୍ରାସ ପାଉଛି ଜଙ୍ଗଲ

ବୌଦ୍ଧ : ବିପଦରେ ଜିଲ୍ଲାର ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ସମ୍ପଦ। ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଗତ କିଛି ବର୍ଷ ହେଲା ଦୃତ ଗତିରେ ଅବକ୍ଷୟ ହେବାରେ ଲାଗିଛି । ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲକୁ ମାଫିଆମାନେ କବଜା କରି ରଖିଲା ଭଳି ମନେ ହେଉଛି । ଅନେକ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ସହିତ ବ୍ୟାପକ ଗଛକଟା ଯୋଗୁଁ ବନ୍ୟପ୍ରାଣୀମାନେ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ହରାଇ ଜନବସତି ମୁହାଁ ହୋଇପଡୁଛନ୍ତି । ବିଭିନ୍ନ ଜଙ୍ଗଲରେ ଏଭଳି ବେଆଇନ କାରବାର ପଛରେ ମାଫିଆଙ୍କ ସହିତ କେତେକ ଦୁର୍ନୀତିଗ୍ରସ୍ତ ବନକର୍ମଚାରୀଙ୍କ ମିଳିତ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।

ଏହାମଧ୍ୟ ପଢ଼ନ୍ତୁ. ଆଠମଲ୍ଲିକ ବନଖଣ୍ଡରେ ବିପଦରେ ବନ୍ୟଜନ୍ତୁ, ବଢୁଛି ଶିକାର ସଂଖ୍ୟା

ଅନେକ ସ୍ଥାନରେ ବନୀକରଣ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ବାସ୍ତବ ଚିତ୍ର ଅନ୍ୟ କିଛି ବର୍ଣ୍ଣନା କରୁଛି। ବିଶେଷ ଭାବରେ ବୌଦ୍ଧ ବନଖଣ୍ଡ ମୁଖ୍ୟାଳୟର କେତେକ କରିତକର୍ମା ବନକର୍ମଚାରୀଙ୍କ ଯୋଗୁଁ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ବଢିଥିବା ଅଭିଯୋଗ ହୋଇଛି । ବନ ବିଭାଗ ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଲୋକଙ୍କ ସହ ସୁସମ୍ପର୍କ ରଖୁ ନାହିଁ ।

ସେହି ଗାଁ ଗୁଡିକରେ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରୁନାହିଁ । ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ଜଙ୍ଗଲ ଗୁଡିକରେ ଆଦୌ ପାଟ୍ରୋଲିଂ କରାଯାଉନଥିବା ଅଭିଯୋଗ ହୋଇଛି । ଫଳରେ ଏହାର ସୁଯୋଗ ନେଇ ଶିକାରୀମାନେ ସକ୍ରିୟ ହୋଇ ପଡିଛନ୍ତି । ଏହି ବନଖଣ୍ଡରେ ପ୍ରତି ଦିନ ଶିକାର ହେଉଛି । ଆଖପାଖ ଅଞ୍ଚଳରେ ବ୍ୟାପକ ଭାବେ ବନ୍ୟ ଜନ୍ତୁ ମାଂସ ବିକ୍ରି ହେଉଛି । ସବୁ ଜାଣି ମଧ୍ୟ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ବିଭିନ୍ନ ଜଙ୍ଗଲ ଧ୍ବଂସ ସହିତ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇ ପଡୁଛନ୍ତି । ଅନେକ ସମୟରେ ଅନ୍ଧବିଶ୍ୱାସ ଯୋଗୁଁ ବନ୍ୟପ୍ରାଣୀ ଶିକାର ହେଉଥିବାରୁ ପରିବେଶ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଜଙ୍ଗଲ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦିନକୁ ଦିନ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି । ଆଇନକୁ ଆହୁରି କଡାକଡି କରାଯାଉଛି । କିନ୍ତୁ କେବଳ ବନ ବିଭାଗର ଅପାରଗତା ଯୋଗୁଁ ନା ବନ୍ୟଜନ୍ତୁ ସୁରକ୍ଷିତ ରହି ପାରୁଛନ୍ତି ନା ଆଇନ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.