ETV Bharat / state

ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ - ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ

ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ଧ୍ବଂସ ପାଉଛି ଜଙ୍ଗଲ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ବନ ସୁରକ୍ଷା ସମିତିର ସଦସ୍ୟ । ଅଧିକ ଖବର ପଢନ୍ତୁ...

ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ
ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ
author img

By

Published : Jan 30, 2020, 11:29 PM IST

ବୌଦ୍ଧ: ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ଧ୍ବଂସ ପାଉଛି ଜଙ୍ଗଲ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ବନ ସୁରକ୍ଷା ସମିତିର ସଦସ୍ୟ । ବର୍ଷ ବର୍ଷ ଧରି ଜଙ୍ଗଲ ସମ୍ପଦକୁ ପାଳି କରି ଜଗିଲେ । ଗାଁ ଲୋକଙ୍କ ଆବଶ୍ୟକ ଥିବା ଜାଳେଣି କାଠ ଆଣିବାକୁ ମଧ୍ୟ ବାରଣ କରି ଲୋକଙ୍କୁ ସଚେତନ କଲେ । ହେଲେ ଧିରେ ଧିରେ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଜଙ୍ଗଲ ପଦା ହେବାରେ ଲାଗିଲା ।

ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଶ୍ରୀହୀନ ହୋଇଛି ଜଙ୍ଗଲ ସମ୍ପଦ

ଆଉ ଏଥିରେ ମାଫିଆଙ୍କୁ ପୁରା ସହଯୋଗ କରି ପକେଟ ଗରମରେ ଲାଗି ପଡିଲେ ଜଙ୍ଗଲୀ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଖୋଦ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜ ସଦର ଠାରୁ ମାତ୍ର ୫ କିମି ଦୂରରେ ଥିବା ଉଦେପୁର, ଡୁମାଲପାଲି ଭଳି ପ୍ରାୟ ପାଞ୍ଚ ଖଣ୍ଡ ଗ୍ରାମକୁ ଲାଗିଥିବା ଜଙ୍ଗଲ ଦିନେ ସବୁଜିମାରେ ଭରି ରହୁଥିବା ବେଳେ ବର୍ତ୍ତମାନ ଏହା ଶ୍ରୀହୀନ ହୋଇପଡିଛି ।

ଆଉ ଏଥିପାଇଁ ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏ ସମ୍ପର୍କରେ ସେମାନେ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବିଭାଗୀୟ ଅଧିକାରୀ ଙ୍କ ଅପାରଗତା ରୁ ଧ୍ବଂସ ପାଉଛି ଜଙ୍ଗଲ ।ଏଭଳି ଅଭିଯୋଗ କରିଛନ୍ତି ଖୋଦ ବନ ସୁରକ୍ଷା ସମିତିର ସଦସ୍ୟ ।
ବର୍ଷ ବର୍ଷ ଧରି ଜଙ୍ଗଲ ସମ୍ପଦ କୁ ପାଳି କରି ଜଗିଲେ ।ଗାଁ ଲୋକଙ୍କ ଆବଶ୍ୟକ ଥିବା ଜାଳକାଠ ଆଣିବାକୁ ମଧ୍ୟ ବାରଣ କରି ଲୋକଙ୍କୁ ସଚେତନ କଲେ ।ହେଲେ ଧିରେ ଧିରେ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଜଙ୍ଗଲ ପଦା ହେବାରେ ଲାଗିଲା ।ଆଉ ଏଥିରେ ମାଫିଆ ଙ୍କୁ ପୁରା ସହଯୋଗ କରି ପକେଟ ଗରମରେ ଲାଗି ପଡିଲେ ଜଙ୍ଗଲୀ ବାବୁ ।ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଖୋଦ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟ ।ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜ ସଦର ଠାରୁ ମାତ୍ର ୫ କିମି ଦୂରରେ ଥିବା ଉଦେପୁର, ଡୁମାଲପାଲି ଭଳି ପ୍ରାୟ ପାଞ୍ଚ ଖଣ୍ଡ ଗ୍ରାମକୁ ଲାଗିଥିବା ଜଙ୍ଗଲ ଦିନେ ସବୁଜିମା ରେ ଭରି ରହୁଥିବା ବେଳେ ବର୍ତ୍ତମାନ ଏହା ଶ୍ରୀହୀନ ହୋଇପଡିଛି ।ଆଉ ଏଥିପାଇଁ ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।ଏ ସମ୍ପର୍କରେ ସେମାନେ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବୀ ହୋଇଛି ।

Body:ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ରୁ ଧ୍ବଂସ ପାଉଛି ଜଙ୍ଗଲ ।

Conclusion:ବାଇଟ-୧-ମହେଶ୍ବର କହଁର, ଡୁମାଲପାଲି
ବାଇଟ-୨-ମୃତୁଞ୍ଜୟ ସୁଲି, ଉଦେପୁର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.