ETV Bharat / state

ବୌଦ୍ଧରେ ବଜ୍ରାଘାତ ଯୋଗୁଁ ୫ ବଳଦଙ୍କ ମୃତ୍ୟୁ

author img

By

Published : Jun 16, 2022, 11:27 AM IST

ବୌଦ୍ଧରେ ବଜ୍ରାଘାତ ଯୋଗୁଁ ୫ ବଳଦଙ୍କ ମୃତ୍ୟୁ । ଗତକାଲି ଜଣେ ବୃଦ୍ଧଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା । ପ୍ରାକ୍ ମୌସୁମୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇ ଦିନ ଧରି ସନ୍ଧ୍ୟା ସମୟରେ ଘଡଘଡି ସହିତ ବର୍ଷା ହେଉଛି । ଅଧିକ ପଢ଼ନ୍ତୁ

five cattle killed in lightning strike in Boudh
ବୌଦ୍ଧରେ ବଜ୍ରାଘାତ ଯୋଗୁଁ ୫ ବଳଦଙ୍କ ମୃତ୍ୟୁ

ବୌଦ୍ଧ: ଆକାଶରୁ ଖସିଲା ମୃତ୍ୟୁ । ଏକାଥରକେ ୫ ନୀରିହ ବଳଦଙ୍କ ଜୀବନ ନେଲା ବଜ୍ରପାତ । ଗତକାଲି ଜଣେ ବୃଦ୍ଧଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା । ପ୍ରାକ୍ ମୌସୁମୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇ ଦିନ ଧରି ସନ୍ଧ୍ୟା ସମୟରେ ଘଡଘଡି ସହିତ ବର୍ଷା ହେଉଛି । ତେବେ ଲଗାତାର ଦୁଇଦିନରେ ଦୁଇଟି ଅଘଟଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତର ବିରିଗଡ଼ ନିକଟସ୍ଥ ଡୁମୁରିମୁଣ୍ଡା ଗ୍ରାମର ଗରିବ ଚାଷୀ ପଞ୍ଚାନନ ଖଟୁଆଙ୍କର ୫ଟି ବଳଦ ନିକଟରେ ଥିବା ପଡିଆରେ ଚରୁଥିଲେ ।

ବୌଦ୍ଧରେ ବଜ୍ରାଘାତ ଯୋଗୁଁ ୫ ବଳଦଙ୍କ ମୃତ୍ୟୁ

ଏହି ସମୟରେ ହଠାତ ବଜ୍ରପାତ ଘଟିବାରୁ ବଦଳ ଗୁଡିକର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ବଜ୍ରପାତରେ ଖୁଣ୍ଟବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଛକ ନିକଟରେ ଜଣେ ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ପଞ୍ଚାନନ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ହଠାତ ପାଞ୍ଚଟି ବଳଦର ମୃତ୍ୟୁ ଘଟିଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.